Below header

ସହିଦଙ୍କ ଆକ୍ରମଣକାରୀଙ୍କ ଉପରେ ହେଉ ସର୍ଜିକାଲ ଷ୍ଟାଇକ୍! ଏମିତି ଦାବି ରଖିଲେ ଦେବାଶିଷଙ୍କ ପରିବାର

ସହିଦ ଦେବାଶିଷଙ୍କ ଏକାଦଶାହ କାର୍ଯ୍ଯ ପରେ ପରିବାର ଲୋକେ ଗୋଟେ ପ୍ରକାର ଭାଙ୍ଗି ପଡ଼ିଛନ୍ତି । ପୁଅକୁ ଯେମିତି ଆତଙ୍କବାଦୀମାନେ ହତ୍ଯାକଲେ ତାଙ୍କୁ ସେ ଭଳି ଭାବରେ ହତ୍ଯା କରାଯିବା ଦରକାର । ଯଦି କରା ନ ଯାଏ ତେବେ ମା’ର ହୃଦୟ ନିଶ୍ଚିତ କଷ୍ଟ ପାଇବ ବୋଲି କହିଛନ୍ତି ଦେବାଶିଷଙ୍କ ମା’ ।

ପିପିଲି(କେନ୍ୟୁଜ):  ଜମ୍ମୁରେ ସହିଦ ହୋଇଥିବା ଓଡ଼ିଆ ପୁଅ। ଯାହାକୁ ଝୁରୁଛନ୍ତି ପରିବାର ଲୋକେ । ସେ ଥିଲେ ସମସ୍ତଙ୍କର ପ୍ରୀୟ । ସେ ଥିଲେ ସମସ୍ତଙ୍କ ପାଇଁ ଅତି ଆପଣାର । ଗାଁ ଠୁ ସହର ସହପାଠୀ ଠାରୁ ସହକର୍ମୀମାନଙ୍କ ପର୍ଯ୍ଯନ୍ତ ସମସ୍ତ ପାଇଁ ସେ ଥିଲେ ପ୍ରୀୟର ମଣିଷ । ସେ ହିଁ ପ୍ରମାଣ କରିଦେଲେ ତାଙ୍କୁ କେତେ ଭଲ ପାଉଥିଲେ ସମସ୍ତେ ।

ପୁରୀ ଜିଲ୍ଲା ସତ୍ଯବାଦୀ ବ୍ଲକ ଅଳଗୁମ ପଂଚାୟତର ଖଣ୍ଡାୟତ ସାହିର ଦେବାଶିଷ ବିଶ୍ୱାଳ । ଜଣେ ମାଟିର ପୁଅ ଭାବରେ ଆଜି ସେ ଚିର ନିଦ୍ରାରେ ଥାଇ ସମସ୍ତ ହୃଦୟରେ ସେ ଅମର ହୋଇ ଯାଇଛନ୍ତି । ସେ ସିନା ଦେଶ ପାଇଁ ବଳୀଦାନ ଦେଇ ଚାଲିଗଲେ ହେଲେ ତାଙ୍କର ସାହାର ପାଲଟୁଥିବା ପରିବାରର ବାପା ମା’ ଭାଇ ସ୍ତ୍ରୀ ଏବଂ ତାଙ୍କର ତିନି ମାସର ଶିଶୁ କନ୍ଯା ପାଇଁ କିଏ ବା ଆଶା ଭରସା ପାଲଟିବ ।

maa

ଏକାଦଶାହ କାର୍ଯ୍ଯ ପରେ ପରିବାର ଲୋକେ ଗୋଟେ ପ୍ରକାର ଭାଙ୍ଗି ପଡ଼ିଛନ୍ତି । ପୁଅକୁ ଯେମିତି ଆତଙ୍କବାଦୀମାନେ ହତ୍ଯାକଲେ ତାଙ୍କୁ ସେ ଭଳି ଭାବରେ ହତ୍ଯା କରାଯିବା ଦରକାର । ଯଦି କରା ନ ଯାଏ ତେବେ ମା’ର ହୃଦୟ ନିଶ୍ଚିତ କଷ୍ଟ ପାଇବ ବୋଲି କହିଛନ୍ତି ଦେବାଶିଷଙ୍କ ମା’ । ସେପଟେ ଭାଈ ଦେବ ପ୍ରସାଦ କହିଛନ୍ତି ଏହା ଉପରେ କେନ୍ଦ୍ର ସରକାର ନଜର ପକାଇ ଉଚିତ୍‌ ପଦକ୍ଷେପ ନେବା ଦରକାର ।

ଆତଙ୍କବାଦୀ ପ୍ରତ୍ଯେକ ସମୟରେ ଭାରତୀୟ ସୈନ୍ଯବାହିନୀ ଉପରେ ଆକ୍ରମଣ କରୁଛନ୍ତି । ଏହାର କଡ଼ା ଜବାବ୍‌ ଭାରତ ଦେବା ଦରକାର । ଆତଙ୍କବାଦୀମାନେ ଗୃହ ଶତୃଙ୍କ ପାଖରେ ରହି ସୈନିକମାନଙ୍କୁ ମାରୁଛନ୍ତି । ଜୋର ଜବରଦସ୍ତ ପଶି ଲୁଚିକି କିଛି ଦିନ ରହିବା ପରେ ସେମାନେ ଆମ ସୈନିକମାନଙ୍କ ଗତିବିଧି ଦେଖିବା ପରେ ସୁଯେଗା ନେଇ ଆକ୍ରମଣ କରୁଛନ୍ତି । ତେଣୁ କେନ୍ଦ୍ର ସରକାର ସର୍ଜିକାଲା ଷ୍ଟାଇକ ବା ଅନ୍ଯ କୌଣସି ଉପାୟ ଅବଲମ୍ବନ କରି ଆତଙ୍କବାଦୀମାନଙ୍କୁ ଆକ୍ରମଣ କରିବା ଦରକାର । ଏହା କଲେ ଆମ ପୁଅର ଆତ୍ମା ଶାନ୍ତି ପାଇବ ବୋଲି ଦେବାଶିଷଙ୍କ ବାପା ଏବଂ ଗ୍ରାମବାସୀ କହିଛନ୍ତି ।

sahid

ଫାଭିଓ : ଦେବାଶିଷଙ୍କ ପରିବାର ପରି ଆଉ କେହି ନିଜ ଅଶାବାଡ଼ିକୁ ନ ହରାନ୍ତୁ । ଦେବାଶିଷଙ୍କ ବଳିଦାନକୁ ବ୍ଯର୍ଥ ନ ଦିଆଯାଉ। ଏହାର ଦୃଢ ଜବାବ୍‌ ଦେବା ପାଇଁ ପରିବାର ଲୋକେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.