ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟ୍ରଏଡ, ବିପଦରୁ ରକ୍ଷା କରିବ ନାସାର ଡାର୍ଟ ମିଶନ

ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟ୍ରଏଡ । ଘଣ୍ଟା ପ୍ରତି ୭ହଜାର ୨୦୦ କିଲୋମିଟର ବେଗରେ ମାଡି ଆସୁଛି ୬୦ ଫୁଟର ବିଶାଳକାୟ ଆଷ୍ଟ୍ରଏଡ । ଏହା ଆଜି ପୃଥିବୀ ଠାରୁ ୪.୧୬ ମିଲିୟନ କିଲୋମିଟର ଦୂରତାରେ ଗତିକରିବ । ଏହାର ନା ରହିଛି ଆଷ୍ଟ୍ରଏଡ 2023 HG1 । ପୃଥିବୀ ପ୍ରତି ବିପଦ ନଥିବା ନାସା ପକ୍ଷରୁ କୁହାଯାଇଛି ।

କେନ୍ୟୁଜ୍‌(ବ୍ୟୁରୋ): ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟ୍ରଏଡ । ଘଣ୍ଟା ପ୍ରତି ୭ହଜାର ୨୦୦ କିଲୋମିଟର ବେଗରେ ମାଡି ଆସୁଛି ୬୦ ଫୁଟର ବିଶାଳକାୟ ଆଷ୍ଟ୍ରଏଡ । ପୂର୍ବରୁ ଆଷ୍ଟ୍ରଏଡ ପୃଥିବୀରେ ମାଡ଼ ହେବା ନେଇ ବହୁବାର ଚେତାବନୀ ଦେଇଛି ନାସା। ମାତ୍ର ଚଳିତ ଥର ଆସୁଥିବା ଆଷ୍ଟ୍ରୋଏଡର ଆକାର ବିଶାଳ ଓ ଦ୍ରୁତ ବେଗରେ ଏହା ପୃଥିବୀ ଆଡ଼କୁ ମାଡି ଆସୁଛି । ଏହା ପୃଥିବୀ ସହ ମାଡ଼ ହେଲେ ବହୁ କ୍ଷତି ଘଟାଇପାରେ। ଜୀବ ସତ୍ତା ପାଇଁ ବଡ଼ ବିପର୍ଯ୍ୟୟ ଆଣିପାରେ । ଏହା ଆଜି ପୃଥିବୀ ଠାରୁ ୪.୧୬ ମିଲିୟନ କିଲୋମିଟର ଦୂରତାରେ ଗତିକରିବ । ସୁରକ୍ଷିତ ଦୂରତାରେ ଥିବାରୁ ପୃଥିବୀ ପ୍ରତି ବିପଦ ନଥିବା କହିଛନ୍ତି ବୈଜ୍ଞାନିକ ।

ଏହାର ନା ରହିଛି ଆଷ୍ଟ୍ରଏଡ 2023 HG1 । ଏହା ଆପୋଲୋ ଗ୍ରୁପରେ ରହିଛି । ଏହା ସୂର୍ଯ୍ୟକୁ ପରିକ୍ରମା କରିବାରେ ୪୦୨ ଦିନ ସମୟ ନେଇଥାଏ । ଆଜି ଏହି ଆଷ୍ଟ୍ରଏଡ ପୃଥିବୀର ନିକଟରୁ ଗତି କରିବ । ଏହା ପୃଥିବୀ ଠାରୁ ୪.୧୬ ମିଲିୟନ କିଲୋମିଟର ଦୁରତାରେ ଗତି କରିବ । ପୃଥିବୀ ଓ ଚନ୍ଦ୍ର ଦୂରତାର ୧୦ଗୁଣ ଦୂରତାରେ ଏହା ଗତି କରିବ ।

ଆଷ୍ଟ୍ରଏଡ 2023 HG1 ପୃଥିବୀର ଅତି ନିକଟରୁ ଗତି କରୁଥିଲେ ମଧ୍ୟ ପୃଥିବୀ ପ୍ରତି ବିପଦ ନଥିବା ନାସା ପକ୍ଷରୁ କୁହାଯାଇଛି । ଏହା ଏକ ସୁରକ୍ଷିତ ଦୂରତାରେ ଗତି କରୁଥିବାରୁ ପୃଥିବୀ ପ୍ରତି ବିପଦ ନାହିଁ । ଏହାସହ ନାସାର DART ମିଶନ ଏହି ଦିଗର କାମ କରୁଛି । ଯାହା ଫଳରେ କୌଣସି ଭୟ ନାହିଁ ।

ନାସା DART ମିଶନ

ନାସାର DART ମିଶନର ଲକ୍ଷ୍ୟ ହେଲା ଆଷ୍ଟ୍ରଏଡର ଗତି ପରିବର୍ତ୍ତନର କୌଶଳକୁ ପରିକ୍ଷା କରିବା । ଭବିଷ୍ୟତରେ ମହାକାଶରୁ ପୃଥିବୀ ପ୍ରତି ଆସୁଥିବା ବିପଦରୁ ଏହା ରକ୍ଷା କରିବ । ଏଥିରେ kinetic impactor ଟେକନିକକୁ ବ୍ୟବହାର କରାଯାଇଛି । ଏହି ପରୀକ୍ଷା ଦ୍ୱାରା kinetic impactor ଟେକନିକ କେତେ ମାତ୍ରାରେ ଫଳପ୍ରଦ ତାହାର ତଥ୍ୟ ଆସିପାରିବ ଓ ସେନେଇ ଗବେଷଣା କରାଯାଇ ପାରିବ । ଯାହାକୁ ବ୍ୟବହାର କରି ପୃଥିବୀ ଆଡ଼କୁ ଆସୁଥିବା ମହାକାଶୀୟ ପଦାର୍ଥର ଗତିରେ ପରିବର୍ତ୍ତନ କରାଯାଇ ପାରିବ । ଯାହାଦ୍ୱାରା ପଥିବୀ ଏସବୁ ବିପଦରୁ ନିଜକୁ ରକ୍ଷା କରିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.