CIPET ରେ ଆସିଷ୍ଟାଣ୍ଟ ଟେକ୍ନିକାଲ ଅଫିସର ପଦବୀ ଖାଲି, ମାସକୁ ଦରମା ୫୦ ହଜାର
ଗ୍ରାଜୁଏସନ କିମ୍ବା ବିଟେକ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । CIPET ରେ ଖାଲିପଡିଛି ୩୮ ପଦବୀ । ଜାଣନ୍ତୁ କେମିତି କରିବେ ଆବେଦନ ।
CIPET ଚାକିରି କରିବାର ସୁଯୋଗ । ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ କିଛି ପଦ ଖାଲିପଡିଛି । ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ମଧ୍ୟ ହୋଇଛି । ନୋଟିଫିକେସନ ମୁତାବକ ୩୮ ପଦ ଖାଲିପଡିଛି ।
ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିପାଇଁ ଅନଲାଇନ ଏବଂ ଅଫଲାଇନ ମୋଡରେ ଆବେଦନ କରିପାରିବେ ପ୍ରାର୍ଥୀ । ଇଚ୍ଛୁକ ପ୍ରାର୍ଥୀ CIPET ର ଅଫିସିଆଲ ୱେବସାଇଟ cipet.gov.in କୁ ଯାଇ ଫର୍ମ ପୂରଣ କରି ଆବେଦନ କରିପାରିବେ ।
ପଦବୀ ବିବରଣୀ : ୩୮
ଆସିଷ୍ଟାଣ୍ଟ ଟେକ୍ନିକାଲ ଅଫିସର
ଆସିଷ୍ଟାଣ୍ଟ ଅଫିସର
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୯ ମଇ, ୨୦୨୩ ରହିଛି ।
ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତ ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିୁ ଆଇଟିଆଇ/ଗ୍ରାଜୁଏସନ/ପିଜି/ବିଇ/ବିଟେକ ଡିଗ୍ରୀ କରିଥିବା ଜରୁରୀ। ଏହାସହିତ ଅଭିଜ୍ଞତା ଥିଲେ ଅଗ୍ରାଧିକାର ଦିଆଯିବ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୩୨ ବର୍ଷରୁ ଅଧିକ ହୋଇନଥିବା ଜରୁରୀ ।
କେମିତି ହେବ ଚୟନ : ପଦବୀ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ଲିଖିତ ପରୀକ୍ଷା, ସ୍କିଲ ଟେଷ୍ଟ ଏବଂ ପ୍ରାକ୍ଟିକାଲ ଟେଷ୍ଟ ଦେବା ପରେ ଚୟନିତ ହେବେ ।
ଦରମା : ଆସିଷ୍ଟାଣ୍ଟ ଟେକ୍ନିକାଲ ଅଫିସର ପାଇଁ ୨୧, ୭୦୦ ଟଙ୍କା ମାସିକ ଏବଂ ଆସିଷ୍ଟାଣ୍ଟ ଅଫିସର ପାଇଁ ୪୪,୯୦୦ ଟଙ୍କା ମାସିକ ଦେବାକୁ ହେବ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :
https://www.cipet.gov.in/job-opportunities/permanent_positions.php