Below header

ଜାଣନ୍ତି କି, ଏଠାକାର କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କୁ ଦୈନିକ କରିବାକୁ ପଡ଼ିଥାଏ ଚୁମ୍ବନ

ଟୋକିଓ : ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପାଇଁ କିଛି ସାଧାରଣ ନିୟମ ରହିଥାଏ । ଏହି ନିୟମ ଦ୍ୱାରା କାର୍ଯ୍ୟାଳୟରେ ଶୃଙ୍ଖଳା ବଜାୟ ରହିବା ସହ କାର୍ଯ୍ୟାଳୟର ସମସ୍ତ କାର‌୍ୟ୍ୟ ସଠିକ୍ ଭାବେ ହୋଇଥାଏ । ତେବେ ନିକଟରେ ଚାଇନାର ଏକ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପାଇଁ ଅଦ୍ଭୁତ ପ୍ରକାରର ନିୟମ ଦେଖିବାକୁ ମିଳିଛି। ଏଠାରେ ସକାଳେ କାର୍ଯ୍ୟାଳୟରେ ପ୍ରବେଶ କରିବା ମାତ୍ରେ କର୍ମଚାରୀଙ୍କୁ ନିଜ ମୁଖ୍ୟଙ୍କୁ ଚୁମ୍ବନ କରିବା ପାଇଁ ପଡ଼ିଥାଏ । ଏହି ନିୟମ ଦ୍ୱାରା କର୍ମଚାରୀଙ୍କ ସହ କାର୍ଯ୍ୟାଳୟର ମୁଖ୍ୟଙ୍କ ସମ୍ବନ୍ଧ ସୁଦୃଢ଼ ହୁଏ ବୋଲି କୁହାଯାଉଛି ।

kiis a bossପିପୁଲସ ଡେଲି ଚାଇନାର ରିପୋର୍ଟ ଅନୁଯାୟୀ, ଚାଇନାର ଏକ ଜଣାଶୁଣା କମ୍ପାନୀରେ ମହିଳା କର୍ମଚାରୀମାନଙ୍କୁ ଦୈନିକ ସକାଳ ୯ ରୁ ୯.୩୦ ମଧ୍ୟରେ କାର୍ଯ୍ୟଳୟରେ ପହଞ୍ଚିବାକୁ ପଡ଼ିଥାଏ । କାର୍ଯ୍ୟଳୟରେ ପହଞ୍ଚିବା ପରେ କାର୍ଯ୍ୟଳୟର ମୁଖ୍ୟ ଏକ ଧାଡ଼ିରେ କାର୍ଯ୍ୟଳୟର ସମସ୍ତ ମହିଳା କର୍ମଚାରୀଙ୍କୁ ଠିଆ କରାଇବା ସହ ତାଙ୍କୁ ଚୁମ୍ବନ କରିଥାନ୍ତି । ଏହି ନିୟମକୁ ଯେଉଁ କର୍ମଚାରୀ ମାନିବା ପାଇଁ ମନା କରନ୍ତି ତାଙ୍କୁ କାର୍ଯ୍ୟଳୟରୁ ବାହାର କରାଯାଇଥାଏ । ଏହି କାର୍ଯ୍ୟଳୟର ମୁଖ୍ୟ ନିଜେ ଏହି ନିୟମକୁ ପ୍ରସ୍ତୁତ କରିଛନ୍ତି । ତାଙ୍କ ଅନୁଯାୟୀ ଏହା କରିବା ଦ୍ୱାରା କାର୍ଯ୍ୟଳୟର ମୁଖ୍ୟ ଏବଂ ମହିଳା କର୍ମଚାରୀଙ୍କ ମଧ୍ୟରେ ଭଲ ସଂମ୍ପର୍କ ସ୍ଥାପନ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.