Below header

ପୁଣି ବଦଳିଲା : କଲରାପତରିଆ ନୁହେଁ ମହାବଳ ବାଘ, ଚାରି ଗିରଫ

ବରଗଡ଼ (କେନ୍ୟୁଜ୍) : ଦେବ୍ରୀଗଡ଼ ଅଭୟାରଣ୍ୟରେ ମୃତ ବାଘ କଲରାପତରିଆ ନୁହେଁ, ମହାବଳ । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ସୁରେଶ ମହାପାତ୍ର । ଏହି ଘଟଣାରେ ଖଜୁରିଆ ଗାଁର ୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ବାଘର ନିଶ ଓ ପଞ୍ଜରା ଜବତ ହୋଇଛି । ଗିରଫ ମାନେ ହେଲେ ଜକିରିଆ ଟିଡୁ, ଗୌରୀ ମିର୍ଧା, ସୁନୀଲ ଭୁଏ ଓ ସତ୍ୟବାନ ସାହୁ । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ।ନ ନିଆଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ କହିଛନ୍ତି ।

tiger ଅଭିଯୁକ୍ତଙ୍କ ସୂଚନା ମୁତାବକ ଗତମାସ ୧୩ ତାରିଖରେ ବାରହା ଶୀକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ତେବେ ୧୪ ତାରିଖ ଦିନ ଏଥିରେ ମହାବଳ ବାଘ ପଡିଥିଲା । ଗତ ୨୮ ତାରିଖରେ ବରଗଡ଼ ଭଟଲି ବ୍ଲକ ଦାମୋଦରପଡ଼ା ଗାଁ ନିକଟ ଜଙ୍ଗଲରୁ ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ବାଘ ଶିକାର ପରେ ପୋତି ଦିଆଯାଇଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.