ଦୀପାବଳି ସେଲ, ଜିଓ ଫୋନ୍ ୨ ସହ ମିଳିବ ଏହି ଧମାକେଦାର ଅଫର

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ଜିଓ ଫୋନ କିଣିବା ଅପେକ୍ଷାରେ ରହିଥିଲେ ତେବେ ଆପଣଙ୍କ ପାଇଁ ଆସିଛି ସୁସମ୍ବାଦ। ରିଲାଏନ୍ସ ଚଳିତ ବର୍ଷ ଦୀପାବଳିରେ ଗ୍ରାହକଙ୍କୁ ଅନେକ ଦମଦାର ଅଫରର ବର୍ଷା କରିବାରେ ଲାଗିଛି। ଟେଲିକମରେ ପ୍ଲାନ ମାନଙ୍କରେ ଆନେକ ପ୍ରକାର ଅଫର ଦେବା ପରେ ଏବେ ଜିଓ ଫୋନ୍ ପାଇଁ ଆଣିଛି ପୂରା ଧମାକା ଅଫର। ଏବେ ଗ୍ରାହକ ଦୀପାବଳିର ଫ୍ଳାସ ସେଲରେ ନଭେମ୍ବର ୫ ରୁ ୧୨ ତାରିଖ ମଧ୍ୟରେ ଜିଓ ଫୋନ୍ କିଣିବା ସହ ଅନେକ ଦମଦାର ଅଫରର ମଧ୍ୟ ଫାଇଦା ଉଠାଇପାରିବେ।

ଏହି ଅଫରରେ ଦୈନିକ ଜିଓ ଫୋନ୍ ୨କୁ ଦ୍ବିପହର ୧୨ଟାରେ ବିକ୍ରି ପାଇଁ ଅନଲାଇନରେ ଉପଲବ୍ଧ କରାଯିବ। ଏଥିସହ ଯଦି ଆପଣ ପେଟିଏମ ଜରିଆରେ ଏହାକୁ କିଣୁଛନ୍ତି ତେବେ ଆପଣଙ୍କୁ ୨୦୦ ଟଙ୍କା ପର୍ଯ୍ଯନ୍ତ କ୍ଯାସବ୍ଯାକ୍ ମଧ୍ୟ ମିଳିପାରିବ।

jiophone-2 2

ଜିଓ ଫୋନ ଗ୍ରାହକଙ୍କ ପାଇଁ ରହିଛି ୩ଟି ଦମଦାର ରିଚାର୍ଜ ପ୍ଯାକ୍

  • ଜିଓ ଫୋନ୍ ୨ ଗ୍ରାହକଙ୍କ ପାଖରେ ତିନୋଟି ରିଚାର୍ଜ ବିକଳ୍ପ ରହିଛି। ତାହା ହେଉଛି ୪୯, ୯୯ ଏବଂ ୧୫୩ ଟଙ୍କା। ୪୯ ଟଙ୍କା ପ୍ଯାକର ବୈଧତା ୨୮ ଦିନ ରହିଥିବା ବେବେ ଏଥିରେ ଦୈନିକ ୧ ଜିବି ଡାଟା ସହ ମାଗଣା ଭଏସ କଲ , ୫୦ ଏସଏମଏସ ଏବଂ ଅନଲିମିଟେଡ଼୍ କଲିଂର ସୁବିଧା ରହିଛି।
  • ୯୯ ଟଙ୍କାର ପ୍ଯାକର ବୈଧତା ୨୮ ଦିନ ରହିଥିବା ବେଳେ ୧୪ ଜିବି ଡାଟା, ମଗଣା ଭଏସ କଲ ଏବଂ ୩୦୦ ଏସଏମଏସର ଫାଇଦା ମିଳିବ।
  • ୧୫୩ ଟଙ୍କା ପ୍ଯାକରେ ଗ୍ରାହକଙ୍କୁ ୪୨ଜିବି ଡାଟା ୨୮ଦିନର ବୈଧତା ସହ ମିଳିବ। ଏଥିସହ ଅନଲିମିଟେଡ୍ କଲିଂ ଏବଂ ଏସଏମଏସର ସୁବିଧା ମଧ୍ୟ ମିଳିବ।

କଣ ରହିଛି ଜିଓ ଫୋନ-୨ର ଫିଚର

ଏଥିରେ କ୍ବାର୍ଟି କି ବୋର୍ଡ, ୪ଜି ସପୋର୍ଟ, ୨.୪ ଇଂଚ୍ ଡିସପ୍ଲେ, ୨୦୦୦ ଏମଏମଏଚର ବ୍ୟାଟେରୀ, ୫୧୨ ଏମବି ରାମ ଏବଂ ୪ଜିବି ଷ୍ଟୋରେଜ୍ ରହିଛି ଯାହାକୁ ୧୨୮ ଜିବି ଯାଏ ବଢାଯାଇପାରିବ । ଏହା ସହ ରହିଛି ୨ ମେଗାପିକ୍ସେଲ୍ ରିୟର୍ କ୍ୟାମେରା ଏବଂ ୦.୩ ମେଗାପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ।