ଯେତେବେଳେ ଶାହାରୁଖ ଖାନ ବର୍ଥଡ଼େ ପାର୍ଟିରେ ପହଞ୍ଚିଲା ପୋଲିସ୍, ଆଉ ତା’ପରେ ….

ମୁମ୍ବାଇ : ବଲିଉଡ଼ର ବାଦଶାହା ଶାହାରୁଖ ଖାନ ୫୩ବର୍ଷ ବୟସରେ ପାଦ ରଖିଛନ୍ତି। ଏନେଇ ଶୁକ୍ରବାର ଦିନ ସେ ତାଙ୍କ ଘରେ ରଖିଥିଲେ ଏକ ପାର୍ଟି। ଚଳିତ ବର୍ଷ ତାଙ୍କ ଜନ୍ମଦିନ ବହୁତ ଖାସ ଥିଲା କାରଣ ଏହି ଅବସରରେ ସେ ତାଙ୍କ ଆଗମୀ ଫିଲ୍ମ ଜିରୋର ଟ୍ରେଲର ରିଲିଜ୍ କରିଥିଲେ। ତେବେ ରିଲିଜ୍ ପରେ ତାଙ୍କ ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରିଛନ୍ତି ଦର୍ଶକ। ଏତେ ଖୁସି ସମୟ ମଧ୍ୟରେ ତାଙ୍କ ପାର୍ଟି ରାତିଅଧାରେ ଆସିଥିଲା ପୋଲିସ। ଯାହାପରେ ହୋଇଯାଇଥିଲା ସବୁ ଖୁସିର ଅନ୍ତ।

saharuk khan

ମିଡ଼ିଆ ରିପୋର୍ଟ ମୁତାବକ, ଜିରୋ ଫିଲ୍ମର ଟ୍ରେଲର ରିଲିଜ୍ ପରେ ଶାହାରୁଖ ଖାନ ଏକ ପାର୍ଟି ରଖିଥିଲେ। ଏଥିରେ ଅନେକ ବଲିଉଡ଼ ଷ୍ଟାର ଆସିବା ସହ କରିଥିଲେ ଅନେକ ମସ୍ତି। କିନ୍ତୁ ଅତିଥିଙ୍କ ସହ ସେଠାରେ ପହଞ୍ଚିଥିଲେ ପୋଲିସ। କାରଣ ପାର୍ଟି ବହୁ ସମୟଧରି ଚାଲିଥିଲା। ଏଣୁ ପ୍ରାୟ ରାତି ୧:୩୦ ସମୟରେ ଶାହାରୁଖଙ୍କ ପାର୍ଟିରେ ପୋଲିସ ପହଞ୍ଚବା ସହ ପାର୍ଟି ବନ୍ଦ କରିବାକୁ କହିଥିଲେ। ଯାହାପରେ ପ୍ରାୟ ୨ଟା ରାତିରେ ଶାହାରୁଖଙ୍କ ପାର୍ଟି ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.