କଟକ : ସିଡିଏ ସେକ୍ଟର ୭ରେ ହତ୍ୟାକାଣ୍ଡ

କଟକ (କେନ୍ୟୁଜ୍) : ସିଡିଏ ସେକ୍ଟର ୭ରେ ହତ୍ୟାକାଣ୍ଡ । ଅମ୍ବିକା ପାଲ ନାମକ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ଘର ପୁରୀ ଘାଟ ଥାନା ବାଖରାବାଦରେ ହୋଇଥିବା ବେଳେ ସେ ସିଡିଏରେ ଭଡାରେ ରହୁଥିଲେ । ଏହି ହତ୍ୟାକାଣ୍ଡରେ ମହିଳାଙ୍କ ଝିଅ ଓ ପୁତୁରା ଜଡିତ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉଭୟଙ୍କୁ ମର୍କତନଗର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି ।