ସାନିଟାରୀ ପ୍ଯାଡ୍ ଯାଞ୍ଚ ପାଇଁ ଶିକ୍ଷକ ଖୋଲିଦେଲେ ଛାତ୍ରୀଙ୍କ ପୋଷାକ, ଏବେ ମାମଲାର ହେଉଛି ତଦନ୍ତ

ଚଣ୍ଡିଗଡ଼ : ପଞ୍ଜାବରେ ଦେଖିବାକୁ ମିଳିଛି ଏକ ଅବିଶ୍ବାସନୀୟ ଘଟଣା। ରାଜ୍ଯର ଫାଜିଲ୍କା ଜିଲ୍ଲାର ଏକ ସରକାରୀ ବାଳିକା ବିଦ୍ଯାଳୟରେ ଛାତ୍ରୀ ମାନଙ୍କର ଅତ୍ଯନ୍ତ ନିର୍ମମ ଭାବେ ଯାଞ୍ଚ କରିଛନ୍ତି ଶିକ୍ଷକ। ଘଟଣା ଅନୁଯାୟୀ, ବିଦ୍ଯାଳୟର ଶୌଚାଳୟରେ ମିଳିଥିଲା ଏକ ସାନିଟାରୀ ପ୍ଯାଡ଼୍। ଯାହାପରେ କେଉଁ ଛାତ୍ରୀ ସାନିଟାରୀ ପ୍ଯାଡ଼୍ ପିନ୍ଧିଛନ୍ତି ଜାଣିବା ପାଇଁ ଶିକ୍ଷକ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ନିବସ୍ତ୍ର କରି ଯାଞ୍ଚ କରିଥିଲେ। ଏବେ ଘଟଣାଟି ସର୍ବ ସମ୍ମୁଖକୁ ଆସିବା ପରେ ଏହାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ପଞ୍ଜାବର ମୁଖ୍ଯମନ୍ତ୍ରୀ।

school

ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏଥିରେ କିଛି ଛାତ୍ରୀ କାନ୍ଦିକାନ୍ଦି ଅଭିଯୋଗ କରୁଥିବା ନଜର ଆସିଥିଲା। ସେମାନେ କହିଥିଲେ, କୁଣ୍ଡଳ ଗ୍ରାମରେ ତାଙ୍କ ବିଦ୍ଯାଳୟ ପରିସରରେ ତାଙ୍କୁ ନିବସ୍ତ୍ର କରିବା କରି ଯାଞ୍ଚ କରାଯାଇଛି। ଏହାପରେ ଭିଡ଼ିଓ ଭାଇରାଲ ହେବା ସହ କଥା ଯାଇ ପହଞ୍ଚିଥିଲା ମୁଖ୍ଯମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପାଖରେ, ଯାହାପରେ ସେ ଘଟଣାର ତଦନ୍ତ କରିବାକୁ ଆଦେଶ ଦେଇଥିଲେ ସେ। ଯାହା ପରେ ସମସ୍ତ ଘଟଣା ଉପରୁ ଉଠିଥିଲା ପରଦା।

sanitary

ଶିକ୍ଷକ ତାଙ୍କ ବୟାନରେ କହିଥିଲେ, ବିଦ୍ଯାଳୟର ଶୌଚାଳୟରେ ମିଳିଥିଲା ଏକ ସାନିଟାରୀ ପ୍ଯାଡ଼। ଯାହା ପରେ ଶିକ୍ଷକ ମାନେ କେଉଁ ଛାତ୍ରୀ ସାନିଟାରୀ ପ୍ଯାଡ଼ ପିନ୍ଧିଛନ୍ତି ଜାଣିବା ପାଇଁ ଏହି ପଦକ୍ଷେପ ଉଠାଇଥିଲେ। ଏଥିସହ ନିଜକୁ ବଞ୍ଚାଇ କହିଛନ୍ତି, ଏହାପରେ ଛାତ୍ରୀ ମାନଙ୍କୁ ସାନିଟାରୀ ପ୍ଯାଡ଼ର କିପରି ନିସ୍କାସନ କରିବେ ସେ ନେଇ ବିଭିନ୍ନ ଉପଦେଶ ଦିଆଯାଇଥିଲା ଏବଂ ତାଙ୍କ ପିତାମାତାଙ୍କୁ ସୂଚନା ଦିଆଯାଇଥିଲା। ତେବେ ଘଟଣାଟି ତଦନ୍ତ ଚାଲୁରହିଥିବା ବେଳେ ଏନେଇ ସୋମବାର ଦିନ ଶେଷ ଯାଞ୍ଚ ରିପୋର୍ଟ ମୁଖ୍ଯମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।