Below header

ସମୁଦ୍ରରେ ଫସିଗଲା ୪୦୦ ମିଟର ଚଉଡାର ଜାହାଜ, ବଢ଼ିପାରେ ତେଲ ଦର

ଦୁନିଆର ସବୁ ଜାହାଜକୁ ଅଟକାଇ ଦେଇଛି ସାମୁଦ୍ରିକ ଟ୍ରାଫିକ ଜାମ୍‌ । ଯେଉଁ କାରଣରୁ ତେଲ ସହ ଅନ୍ୟାନ୍ୟ ସାମଗ୍ରୀର ଦର ବଢ଼ିପାରେ ବୋଲି ଏକ୍ସପର୍ଟମାନେ ଆଶଙ୍କା କରିଛନ୍ତି । ଘଟଣାଟି ଘ ଟିଛି ସ୍ୱେଜ୍‌ ନହର ସାମୁଦ୍ରିକ ରାସ୍ତାରେ । ଏସିଆ ଓ ୟୁରୋପ ମଧ୍ୟରେ ସାମୁଦ୍ରିକ ରାସ୍ତାରେ ସର୍ଟକର୍ଟ ରାସ୍ତା ହେଉଛି ସ୍ୱେଜ୍‌ ନହର । ସାରା ଦୁନିଆ ପାଇଁ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଏହି ରାସ୍ତା ସବୁଠୁ ବ୍ୟସ୍ତ ରାସ୍ତା । ଯଦି କୌଣସି କାରଣରୁ ଏହି ସାମୁଦ୍ରିକ ରାସ୍ତା ଜାମ୍‌ ହୋଇଯାଏ ତେବେ ଶହ ଶହ ସଂଖ୍ୟାର ଜାହାଜ ଏହି ରାସ୍ତାରେ ଅଟ କି ରହିବ ଓ ଏହା ସାମୁଦ୍ରିକ ବାଣିଜ୍ୟ ଉପରେ ଖାଲି ପ୍ରଭାବ ପକାଇବ ନାହିଁ ଜହାଜ ଆଣୁଥବା ସାମଗ୍ରୀ ଊପର ମଧ୍ୟ ପ୍ରଭାବ ପକାଇବ ।

ship
photo credit:hindi.news18.com

ନିକଟରେ ଏପରି ଘଟଣା ଘଟିଛି ଏହି ସର୍ଟକର୍ଟ ରାସ୍ତା ସ୍ୱେଜ ନହର ସାମୁଦ୍ରିକ ରାସ୍ତାରେ । ଏଠାରେ ଏକ ବଡ଼ ତୈଳ ଜାହାଜ ଅଟକି ଯାଇଥିବାରୁ ଏହି ରାସ୍ତାର ଟ୍ରାଫିକ ଜାମ ହୋଇଯାଇଛି । ଏଭରଗ୍ରୀନ ନାମରେ ଏହି 400 X 50 ମିଟରର ତୈଳ ଜାହାଜ ଅଟକି ଯାଇଛି । ଏହି ଜାହାଜର ମାଲବାହୀ କ୍ଷମତା ୨, ୧୯,୦୦୦ ଟନ୍‌ କ୍ଷମତା ବା ୨୦ ଫୁଟ୍‌ର ୨୦,୦୦୦ ସପିଂ କଣ୍ଟେନର ବହନ କରିପାରେ । ଏହି ଜାହାଜ ମାଟିରେ ଲାଗି ଯାଇଥିବାରୁ ଏହାଯୋଗୁ ଡଜନରୁ ଅଧିକ ଜାହାଜ ଏହି ରାସ୍ତାରେ ଅଟକି ଯାଇଛି । ଏହି ପଥରେ ଆସୁଥିବା ଅଧିକାଂଶ ଜାହାଜ ତୈଳ ନେଇ ଆସୁଥିବାରୁ ଆଗାମୀ ଦିନରେ ତୈଳ ଦର ବଢ଼ିବ ବୋଲି ଏକ୍ସପର୍ଟମାନେ ଆଶଙ୍କା କରିଛନ୍ତି ।

ସ୍ୱେଜ ନହର ସାମୁଦ୍ରକ ପଥ ସବୁଠୁ ବ୍ୟସ୍ତ ରାସ୍ତା

ଏସିଆ ଓ ୟୁରୋପକୁ ସାମୁଦ୍ରିକ ରାସ୍ତାରେ ଯୋଡୁଥିବା ଏହି ସ୍ୱେଜ ନହର ମେଡିଟେରିଆନ ଓ ଲାଲ୍‌ ସାଗର ମଝିରେ ଅବସ୍ଥିତ । ଯାହା ଯୋଗୁ ସାରା ଦୁନିଆର ୧୨% ଜଳପଥ ବାଣିଜ୍ୟ ହୋଇଥାଏ । ୨୦୨୦ ରେ ଏହି ନହର ଜଳପଥ ଦେଇ ଯାଉଥିବା ଜାହାଜ ସଂଖ୍ୟା ୧୯,୦୦୦ ଥିଲା । ଯାହାକି ପ୍ରତିଦିନ ୫୧ ରୁ ଅଧିକ ଜାହାଜ ଯାଇଥାଏ ବୋଲି ଜଣାଯାଏ ।

ଏହି ନହର ଜଳପଥ ୧୯୩ କିଲୋମିଟର ଲମ୍ବ । ୧୮୬୯ରେ ଏହି ରାସ୍ତାର ଆରମ୍ଭ ହୋଇଥିଲା । ୨୦୧୫ରେ ଏହାର ୨୨ ମିଟର ପାରାଲାଲ୍‌ ରୁଟ୍‌ ଆରମ୍ଭ କରାଯାଇଥିଲା । ଏହି ନହର ୨୦୫ ମିଟର ଚଉଡା ଓ ୨୪ ମିଟର ଗଭୀର । ଯଦି ଥରେ ଏହି ଜଳପଥରେ ଟ୍ରାଫିକ ଜାମ୍‌ ହୋଇଗଲା ତେବେ ଦୀର୍ଘ ଦିନ ଧରି ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ । ଜାହାଜ ଅଟିକି ରହିବା ଯୋଗୁ ବିଶେଷକରି ତୈଳ ସହ ଅନ୍ୟ ଆମଦାନୀ ଜିନିଷର ଦାମ୍‌ ବଢ଼ିବାର ଆଶଙ୍କା ଦେଖାଦିଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.