କପଡ଼ାରେ ଯଦି ଲାଗିଯାଏ ହୋଲି ରଙ୍ଗ, ତ ଏହି ସହଜ ଟିପ୍ସ ଆପଣାଇ ହଟାନ୍ତୁ ଦାଗ

ହୋଲି ଏମିତି ଏକ ପର୍ବ, ଯାହାକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି। ପରସ୍ପରକୁ ଅବିର ବୋଳି ଆଲିଙ୍ଗନ କରନ୍ତି। ରଙ୍ଗର ପର୍ବ ହୋଲିକୁ ନେଇ ଏବେଠୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି, ହୋଲି ଖେଳିବା ବେଳେ ଅଧିକାଂଶ ଲୋକ ପୁରୁଣା କପଡ଼ା ପିନ୍ଧିଥାଆନ୍ତି। ରଙ୍ଗ ଲାଗିଗଲେ ତାହାକୁ ଫିଙ୍ଗି ଦିଅନ୍ତି। ଏମିତିରେ ଯଦି ଆପଣ ବି ରଙ୍ଗ ଡରରେ ପୁରୁଣା କପଡ଼ା ପିନ୍ଧୁଛନ୍ତି, ତା’ହେଲେ ଆମେ କହିବୁ ଏବେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ। ଆମେ ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇକି ଆସିଛୁ, ଯଦ୍ଦ୍ଵାରା କପଡ଼ାରେ ଲାଗିଥିବା ରଙ୍ଗ ଚୁଟ୍‌କିରେ ଦୂର ହୋଇଯିବ। ଆସନ୍ତୁ ଜାଣିବା ସେହି ଟିପ୍ସ ବିଷୟରେ।

ଭିନେଗାର: ରଙ୍ଗ ଲାଗିଥିବା କପଡ଼ାକୁ ସଫା କରିବାରେ ଧଳା ଭିନେଗାର ବହୁତ ଲାଭଦାୟକ ହୋଇଥାଏ। ଏଥିପାଇଁ ୧ କପ୍‌ ଭିନେଗାର ଦରକାର। ଏହି ଟ୍ରିକ୍‌ କେବଳ କଟନ କପଡ଼ା ପାଇଁ ପ୍ରଯୁଜ୍ୟ।

ବେକିଂ ସୋଡା: କପଡ଼ାରୁ ରଙ୍ଗ ହଟାଇବା ପାଇଁ ବେକିଂ ସୋଡା ବ୍ୟବହାର କରନ୍ତୁ। ବ୍ଲିଚ ସହିତ ମିଶାଇ ଲଗାଇଲେ ଏହା ଆହୁରି ବି ଅଧିକ ପ୍ରଭାବଶାଳୀ ରହିବ।

ବାସନ ଧୁଆ ସାବୁନ: ବାସନ ଧୁଆ ସାବୁନ ଦ୍ୱାରା ବି ଆପଣ କପଡ଼ାରୁ ହୋଲି ରଙ୍ଗ ଛଡ଼ାଇ ପାରିବେ। ଯଦି ଆପଣ ଡିସ୍‌ଓ୍ଵାଶ ସର୍ଫ ବ୍ୟବହାର କରୁଛନ୍ତି, ତା’ହେଲେ ଏହାକୁ ବି ବ୍ୟବହାର କରିପାରିବେ।

ଲେମ୍ବୁ ରସ: ରଙ୍ଗ ଲଗା କପଡ଼ାକୁ କିଛି ସମୟ ଲେମ୍ବୁ ରସରେ ଭିଜେଇକି ରଖନ୍ତୁ। ଏହାପରେ ଏହାକୁ ସାବୁନରେ ସଫା କରନ୍ତୁ। ଦେଖିବେ କପଡ଼ା ଚକ୍‌ ଚକ୍‌ କରିବ।

ଦହି: କପଡ଼ାରୁ ରଙ୍ଗ ଛଡ଼ାଇବା ପାଇଁ ଆପଣ ଦହି ମଧ୍ୟ ବ୍ୟବହାର କରିପାରିବେ। କପଡ଼ାକୁ କିଛି ସମୟ ଦହିରେ ଭିଜେଇକି ରଖିଲେ ଦାଗ ଫିକା ପଡ଼ିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.