Below header

ମୟୂରଭଞ୍ଜ: ଜନ୍ମ କଲା ପୁଅ ଦେଉଛି ନିର୍ଯାତନା, ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବ୍ଲକରେ ଧାରଣା ଦେଲେ ୭୦ ବର୍ଷୀୟ ବୃଦ୍ଧ

କରଞ୍ଜିଆ(କେନ୍ୟୁଜ୍):  ଘରୁ ବାଡ଼େଇ ତଡି ଦେଲା ଜନ୍ମ କଲା ପୁଅ। ବାଧ୍ୟ ହୋଇ ବ୍ଲକ କର୍ଯ୍ୟାଳୟରେ ଧରଣାରେ ବସିଲେ ୭୦ ବର୍ଷୀୟ ବୃଦ୍ଧ । ଏଭଳି ଅଭାବନୀୟ ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ରରୁଆ ବ୍ଲକରେ।

ମିଳିଥିବା ସୂଚନା ମୂତାବକ ଧୀରେନ ପଳେଇ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ବ୍ଲକ ଅଫିସ ସାମ୍ନାରେ ବସିଥିଲେ। ତାଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବାରୁ ଜଣା ପଡିଲା ସେ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଦାବିରେ ବ୍ଲକ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି । ଶ୍ରୀ ପଳେଇ କହିଛନ୍ତି ଯେ ମୋ ପୁଅ ମୋତେ ମାର ପିଟ କରି ଘରୁ  ତଡ଼ି ଦେଇଛି । ମୋ ପାଖରେ କୌଣସି ସ୍ଥାନ ନାହିଁ ରହିବା ପାଇଁ ।

ଧୀରେନଙ୍କର ଦୁଇଟି ଝିଅ ଏକମାତ୍ର ପୁଅ ଅଛନ୍ତି ।  ଧୀରେନ  ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁରରେ ଦିର୍ଘ ଦିନ ହେଲା କାର୍ଯ୍ୟ କରି ଆସୁଥିଲେ । ବାର୍ଦ୍ଧକ୍ୟ ହେବାରୁ ୨୦୦୩ ମସିହାରେ ରରୁଆ ବ୍ଲକ ଅନ୍ତର୍ଗତ ନିଜ ଗାଁ ଇଟିଘରକୁ ଫେରିଛନ୍ତି ।  ହେଲେ ଅନେକ ସମୟରେ ପୁଅ ବିଭିନ୍ନ ଅକଥନୀୟ ନିର୍ଯାତନା ଦେଇଆସୁଛି। ଏହାର ପ୍ରତିବାଦ କରି ନିଜ ନାଁରେ  ଏକ ରାସନ କାର୍ଡ ଓ ଏକ ବାର୍ଦ୍ଧକ୍ୟ ଭତ୍ତା କରାଇଦେବାକୁ ଦାବି କରି ବ୍ଲକ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି। ଏହି ଘଟଣାକୁ ନେଇ ପ୍ରଶାସନର ପ୍ରତିକ୍ରିୟା ନେବାକୁ ଆମ ପ୍ରତିନିଧି ଚେଷ୍ଟା କରିଥିଲୁ କିନ୍ତୁ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.