ଦେହରେ ଲାଲ୍‌ ଯୋଡା, ଓଠରେ ହସ, ନିଜେ ଗାଡ଼ି ଚଲାଇ ବର ସାଙ୍ଗରେ ବାହାରିଲେ ଶାଶୁଘର ! ଦେଖନ୍ତୁ କନ୍ୟାର ନିଆରା ବିଦାୟୀ

ଯୁଗ ପରିବର୍ତ୍ତନ ହେଉଛି। ସମୟ ସହ ତାଳ ଦେଇ ଲୋକଙ୍କ ଜୀବନଶୈଳୀ ବି ବଦଳୁଛି। ନୂଆ ପିଢ଼ିର ଲୋକ ନୂଆ କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରୁଛନ୍ତି। ଆଉ ବେଳେବେଳେ ସେମାନଙ୍କର କିଛି ଭିଡିଓ ବି ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା ସାଉଁଟୁଛି। ଏବେ ଏମିତି ହିଁ ଏକ ଭିଡିଓ ଲୋକଙ୍କ ମନ ଜିଣୁଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ କନ୍ୟାର ବିଦାୟୀ ବେଳର ଦୃଶ୍ୟ ଦେଖିବାକୁ ମିଳୁଛି। କନ୍ୟାର ନାଁ ସ୍ନେହା ସିଙ୍ଘି ବୋଲି ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା, ଏଠି ବେଶ୍‌ ନିଆରା ଢଙ୍ଗରେ କନ୍ୟାର ବିଦାୟୀ କରାଯାଇଛି। ଏମିତି ବିଦାୟୀ ବୋଧ ହୁଏ ଆପଣ ପୂର୍ବରୁ କେବେ ଦେଖି ନ ଥିବେ।

ଭିଡିଓରେ ଦେଖାଯାଉଛି କି, ପେସାରେ ଶେଫ୍‌ ଥିବା ସ୍ନେହା ବିବାହ ପରେ ନିଜେ ଗାଡ଼ି ଚଲାଇ ଶାଶୁଘରକୁ ଯାଉଛନ୍ତି। ଆଉ ତାଙ୍କ ପାଖ ସିଟ୍‌ରେ ବର ବସିଛନ୍ତି। ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ କନ୍ୟାର ବିଦାୟୀ ହେଉଛି। ଏତିକି ନୁହେଁ, ସେ ବାପଘର ଲୋକଙ୍କଠୁ ବିଦାୟ ନେଉଥିଲେ ମଧ୍ୟ ତାଙ୍କ ମୁହଁରେ ହସ ଫୁଟୁଛି। ଯେପରି କୌଣସି ପ୍ରକାର ଦୁଃଖ ନ ରଖି ସେ ଖୁସିରେ ଖୁସିରେ ଶାଶୁଘରକୁ ଯାଉଛନ୍ତି। ଏହି ଭିଡିଓକୁ ସ୍ନେହା ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ଏବେ ସୁଦ୍ଧା ୨,୬୩,୩୬୬ରୁ ଅଧିକ ଭ୍ୟୁ ମିଳିସାରିଲାଣି।

 

View this post on Instagram

 

A post shared by Sneha Singhi Upadhaya (@snehasinghi1)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.