ଆସିଲା କିଆ ସେଲଟସ୍‌ ଏସୟୁବି, ଗ୍ରାହକଙ୍କ ପାଇଁ ରହିଛି ଦମଦାର ଫିଚର

ଦକ୍ଷିଣ କୋରିଆର ପ୍ରମୁଖ ଅଟୋମୋବାଇଲ କମ୍ପାନି କିଆ କର୍ପୋରେସନ ନିଜର ନୂଆ କିଆ ସେଲଟସ୍‌ ଏସୟୁବିକୁ ବିଦେଶୀ ମାର୍କେଟକୁ ଏଣ୍ଟ୍ରି କରାଇସାରିଛି। ଭାରତରେ ଏହାର ଏଣ୍ଟ୍ରି ହୋଇସାରିଛି। ଗ୍ରାହକମାନଙ୍କ ଦ୍ୱାରା ମଧ୍ୟ ଆଦୃତ ହୋଇଛି। କିଆ ସେଲଟସ୍‌ କୁ ଭାରତୀୟ ବଜାରରେ ଜୁଲାଇ ୨୦୧୯ରେ ଲଞ୍ଚ କରାଯାଇଥିଲା। ଗତବର୍ଷ ଜୁନରେ ଏହି କାରର କିଛି ନୂଆ ଅପଡେଟ କରାଯାଇ ନୂଆ ଫିଚର୍ସ ସହ ମାର୍କେଟକୁ ଅଣାଯାଇଥିଲା।

ଏହାର ବିକ୍ରୟ  ବଢୁଥିବା କାରଣରୁ କମ୍ପାନି  ଲୋକପ୍ରିୟ ଏସୟୁବିରେ ନୂଆ ଫିଚର୍ସ ରଖିଛି। ଏହି କମ୍ପାନି ୨୭ ଅପ୍ରେଲ ୨୦୨୧ରେ ଏକ ବଡ ଘୋଷଣା କରିବାକୁ ଯାଉଛି। ରିପୋର୍ଟ ମୁତାବକ, ୨୦୨୧ରେ ଏହି ଗାଡିର ଫିଚର୍ସ ସହ ଲୋଗୋରେ ପରିବର୍ତ୍ତନ କରାଯିବ।

ଫିଚର:
ସୂଚନା ଅନୁଯାୟୀ, ନୂଆ ଅପଡେଟରେ ଷ୍ଟାଣ୍ଡାର୍ଡ ପାଓ୍ଵାର ୟୁନିଟ ରିପ୍ଲେସ ହୋଇପାରେ। ଏବେର ସେଲଟସ୍‌ ଫିଚରରେ HTX+ ଓ GTK+ ଭାରିଏଣ୍ଟ ରହିଛି। ଏହାସହ ନୂଆ ଜେନେରେସନର ମହିନ୍ଦ୍ରା XUV500 ଏସୟୁବିରେ ପାନେରୋମିକ ସନରୁଫ ଫିଚର ମିଳିପାରେ।

kia78
pc; car blog india

ପାନେରୋମିକ ସନରୁଫ:
ଷ୍ଟାଣ୍ଡାର୍ଡ ସନରୁଫ କମ୍ପ୍ୟାକ୍ଟ ହୋଇଥାଏ। ଫ୍ରଣ୍ଟ ସିଟ୍‌ ର ଉପରେ ରହିଥାଏ। ପାନେରୋମିକ ସନରୁଫର ଲମ୍ବା ଅଧିକା ଥାଏ। ଏହା କାର୍‌ ର ଛାତକୁ ଲାଗିଥାଏ। ଏହି ଫିଚର ଏବେ ସେଲଟସ୍‌ କାର୍‌ ରେ ରହିବାର ସମ୍ଭାବନା ରହିଛି।

ଇଞ୍ଜିନ:
କିଆ ସେଲଟସରେ ବିକଳ୍ପରେ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଉପଲବ୍ଧ। 1.5 ଲିଟର ପେଟ୍ରୋଲ ଇଞ୍ଜିନରେ 115bhpର ପାଓ୍ଵାର ଏବଂ 144nm ର ଟ୍ରାକ ଜେନେରେଟ କରିଥାଏ। ଇଞ୍ଜିନରେ 6 ସ୍ପିଡର ମାନୁଆଲ ଗିୟରବକ୍ସ ଏବଂ CVT ଅଟୋମେଟିକ ଗିୟରବକ୍ସ ଦିଆଯାଇଛି। 7ସ୍ପିଡର ଡୁୟଲ କ୍ଲଚ ଅଟୋମେଟିକ ଟ୍ରାନ୍ସମିସନ ଅପସନ ମଧ୍ୟ ରହିଛି।

ଡ୍ରାଇଭିଙ୍ଗ ମୋଡ:
ଏହି ଗାଡିର ଡିଜେଲ ମଡେଲରେ ୧.୫ ଲିଟର ଇଞ୍ଜନ ଅଛି । ଏହା 115hp ପାଓ୍ଵାର ଏବଂ 250nmର ଟ୍ରାକ୍‌ ଜେନେରେଟ କରିଥାଏ। ଏଥିରେ ନର୍ମାଲ, ଇକୋ ଓ ସ୍ପୋର୍ଟ ଭଳି ୩ଟି ଡ୍ରାଇଭ ମୋଡ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.