Below header

ଆମିର ଖାନଙ୍କ ପରେ ଆର୍‌ ମାଧବନଙ୍କୁ କରୋନା, ଜାଣନ୍ତୁ କ’ଣ କହିଲେ ଅଭିନେତା

ବଲିଉଡ୍‌ ଅଭିନେତା ଆମିର ଖାନଙ୍କ ପରେ ଏବେ ଆର୍‌ ମାଧବନ ବି କୋଭିଡ୍‌ ପଜିଟିଭର ଶିକାର ହୋଇଛନ୍ତି। ମାଧବନ ଏ ନେଇ ଟ୍ଵିଟ୍‌ କରି ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ସେ ୨୦୦୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘୩ ଇଡିୟଟସ୍‌’ ସହ ନିଜ କଥାକୁ ଯୋଡ଼ି ଲେଖିଛନ୍ତି କି, ସବୁ ଠିକ୍‌ ଅଛି ଏବଂ ସେ ବହୁତ ଜଲ୍‌ଦି ଏହି ରୋଗରୁ ରିକଭର୍‌ କରୁଛନ୍ତି।

ମାଧବନ ‘୩ ଇଡିୟଟସ୍‌’ ପୋଷ୍ଟରରୁ ନିଜର ଏବଂ ଆମିରଙ୍କ ଫଟୋ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଫରହାନ ରାଞ୍ଚୋଙ୍କୁ ଫଲୋ କରିବାର ଥିଲା ଏବଂ ଭାଇରସ୍‌ ସବୁବେଳେ ତାଙ୍କୁ ଫଲୋ କରୁଥିଲା। ଯଦିଓ ଏଥର ସେ ତାଙ୍କୁ ଧରି ନେଇଛି। କିନ୍ତୁ ଅଲ୍‌ ଇଜ୍‌ େଓ୍ଵଲ ଏବଂ କୋଭିଡ୍‌ ମଧ୍ୟ ଜଲ୍‌ଦି କୂଅରେ ପଡ଼ିବ। ଏହା ସେହି ଜାଗା, ଯେଉଁଠି ଆମେ ଚାହୁଁନାହୁଁ କି, ରାଜୁ ବି ପହଞ୍ଚୁ। ଧନ୍ୟବାଦ ଆପଣଙ୍କ ଭଲ ପାଇବା ପାଇଁ। ମୁଁ ଜଲ୍‌ଦି ସୁସ୍ଥ ହେଉଛି’।

କହି ରଖୁଛୁ, ‘୩ ଇଡିୟଟସ୍‌’ରେ ଆମିର ଖାନ୍‌ ରାଞ୍ଚୋ ରୋଲ୍‌ ପ୍ଲେ କରିଥିଲେ ଏବଂ ଆର୍‌ ମାଧବନ ଫରହାନଙ୍କ ଭୂମିକାରେ ନଜର ଆସିଥିଲେ। ଶରମନ ଜୋଶୀ ଏହି ଫିଲ୍ମରେ ରାଜୁ ରସ୍ତୋଗୀର ଭୂମିକା ନିଭାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.