ହୋଲିରେ କିଣନ୍ତୁ ଏହି ସବୁ ଫୋନ ଯାହା ସଂପୂର୍ଣ୍ଣ ଓ୍ଵାଟରପ୍ରୁଫ୍‌

ରଙ୍ଗର ପର୍ବ ‘ହୋଲି’। ଯାହାକୁ ବର୍ଷ ତମାମ ସମସ୍ତେ ଅପେକ୍ଷା କରିଥାନ୍ତି। ପରିବାର ତଥା ସାଙ୍ଗସାଥୀ ସହ ହୋଲି ଖେଳିବା , ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ମଜା ହିଁ କିଛି ନିଆରା। ତେବେ ଆଜିକାଲି ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନ ବିନା ସବୁ ଫେଷ୍ଟିଭାଲ ଅଧୁରା। ସମସ୍ତେ ଫେଷ୍ଟିଭାଲକୁ ଅଲଗା ଅନ୍ଦାଜରେ ପାଳନ କରିଥାନ୍ତି। ଫୋନରେ ଏହି ସ୍ମୃତିକୁ ସଜେଇ ରଖିବା ସମସ୍ତଙ୍କର ଇଚ୍ଛା। ହୋଲିରେ ପାଣିର ବ୍ୟବହାର ବହୁ ମାତ୍ରାରେ କରାଯାଇଥାଏ। କିନ୍ତୁ ଏହି ସ୍ମାର୍ଟଫୋନ ଯଦି ଓ୍ଵାଟରଫ୍ରୁପ୍‌ ହୋଇନଥିବ, ତାହେଲେ କଥାସରିଲା।

ବଜାରକୁ ଆସୁଥିବା ଅଧିକାଂଶ ସ୍ମାର୍ଟଫୋନରେ IP ରେଟିଙ୍ଗସ୍‌ ରହିଥାଏ। ଯାହାର ଧୂଳି ଓ ଓ୍ଵାଟରଫ୍ରୁପ କ୍ଷମତା ରହିଛି। ଏହି ସାର୍ଟିଫିକେସନ ଫୋନର ସୁରକ୍ଷା ଦୃଷ୍ଟିରୁ ୟୁଜରଙ୍କୁ ଦିଆଯାଇଛି। ଏହାଦ୍ୱାରା ଫୋନ ଗଭୀର ପାଣିରେ କିଛି ସମୟ ପର୍ଯ୍ୟନ୍ତ ସୁୁରକ୍ଷିତ ହୋଇ ରହିପାରିବ ।
IP ର ଫୁଲଫର୍ମ ଇଣ୍ଟର ନ୍ୟାସନାଲ ପ୍ରୋଟେକସନ ମାର୍କିଙ୍ଗ। ଯାହା ଇଣ୍ଟରନ୍ୟସନାଲ ଇଲେକ୍ଟୋ୍ରଟେକ୍ନିକାଲ କମିସନ ଦ୍ୱାରା ତିଆରି କରାଯାଇଛି। IP68 ରେଟିଙ୍ଗରେ ୮ଟି ଡିଜିଟ ରହିଛି। ଏହି ସାର୍ଟିଫିକେସନର ଫୋନ ୧.୫ମିଟର ଗଭୀର ପାଣିରେ ୩୦ମିନିଟ ପର୍ଯ୍ୟନ୍ତ ସୁରକ୍ଷିତ  ରହିପାରିବ। ଯେଉଁଠି IP65 କିମ୍ବା ତା’ ଠାରୁ କମ ରେଟିଙ୍ଗସ ଫୋନକୁ କମ ପ୍ରୋଟେକସନ ଦେବ। ତେବେ ଜାଣିନିଅନ୍ତୁ ସେହିସବୁ ସ୍ମାର୍ଟଫୋନ, ଯାହା ହୋଲିରେ ରହିବ ସେଫ୍‌।

holi4578
pc: gadgets now

ସାମସଙ୍ଗ ଗାଲେକ୍ସି A52:

ରିସେଣ୍ଟ ଲଞ୍ଚ ହୋଇଥିବା ସାମସଙ୍ଗ ଗାଲେକ୍ସି A52ରେ IP67 ରେଟିଙ୍ଗସ ରହିଛି। ଯାହାକି ଓ୍ଵାଟରଫ୍ରୁପ। ଏହି ଡିଭାଇସଟି ଆଣ୍ଡ୍ରଏଡ୧୧ ଅପରେଟିଙ୍ଗ ସିଷ୍ଟମ ଦ୍ୱାରା କାମ କରେ ଯାହା Octa-core qualcomm snapdragon 720g ପ୍ରୋସେସର ଦ୍ୱାରା ତିଆରି ହୋଇଛି।

ଓ୍ଵାନ ପ୍ଲସ 8pro:

ଏହି ଫୋନଟି IP68 ରେଟିଙ୍ଗର। ଏଥିରେ 4150mah ବ୍ୟାଟେରୀ ଓ୍ଵାର୍ପ ଚାର୍ଜର 30T ଫାଷ୍ଟ ଚାର୍ଜିଂ ଏବଂ 30Wର ଓ୍ଵାୟାରଲେସ ଫାଷ୍ଟ ଚାର୍ଜିଂ ସହ ରିଭର୍ସ ଚାର୍ଜିଂ ସୁବିଧା ରହିଛି। ଏହା qualcomm snapdragon 865 ପ୍ରୋସେସର ଦ୍ୱାରା ନିର୍ମିତ।

holi457889
pc: gadgets now

ଆପଲ ଆଇଫୋନ xr/xs/xs max:

ଏହି ଫୋନରେ IP68 ରେଟିଙ୍ଗସର ସାର୍ଟିଫିକେସନ ରହିଛି । ଯାହା ପାଣି ଏବଂ ଧୂଳିରୁ ଏହାକୁ ରକ୍ଷା କରିଥାଏ। ଏହି ସାର୍ଟିଫିକେସନର ଫୋନ ୧.୫ମିଟର ଗଭୀର ପାଣିରେ ୩୦ମିନିଟ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିପାରିବ।

ରେଡମି ନୋଟ 10:

ଜିଓମି ରେଡମି ନୋଟ 10ରେ IP53 ରେଟିଙ୍ଗସ ରହିଛି । ଏହା ଓ୍ଵାଟରଫ୍ରୁପ ଅଟେ। qualcomm snapdragon 678 ପ୍ରୋସେସର ଦ୍ୱାରା ଏହା ତିଆରି ହୋଇଛି। 5,000mah ବ୍ୟାଟେରୀ ସହ 33W ଫାଷ୍ଟ ଚାର୍ଜ ସପୋର୍ଟ ରହିଛି।

ଏହାସହ ଆପଣ ସାମସଙ୍ଗ ଗ୍ୟାଲେକ୍ସି A72, ସାମସଙ୍ଗ ଗ୍ୟାଲେକ୍ସି S20FE, ପୋକୋ X3, ଓପୋ ଫାଇଣ୍ଡ X2 ଭଳି ଫୋନ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.