Below header

ହୋଲିରେ ପ୍ରସ୍ତୁତ କରନ୍ତୁ ସ୍ପେଶାଲ ଖୁଆ ମାଲପୁଆ, ପାଟି ହୋଇଯିବ ଏକଦମ୍ ମିଠା

ଆବଶ୍ୟକ ସାମଗ୍ରୀ

ଖୁଆ – ୧୦୦ ଗ୍ରାମ
ମଇଦା – ୧୫୦ ଗ୍ରାମ୍‌
କଞ୍ଚା କ୍ଷୀର – ୧୦୦ ଗ୍ରାମ୍‌
ଅଳେଇଚ – ୨ ଚାମଚ
କେଓ୍ଵଡା ଜଳ – ଏକ ଚାମଚ୍‌
ଚିନି କିମ୍ବା ଗୁଡ – ଗୋଟେ ଗିନା

ପ୍ରସ୍ତୁତି ପ୍ରଣାଳୀ

ଖୁଆ ମାଲପୁଆ ବନାଇବା ପାଇଁ ପ୍ରଥମେ ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ଏହାପରେ ଏଥିରେ ଖୁଆକୁ କଦ୍ଦୁକସ୍ କରି ରଖନ୍ତୁ। ଗ୍ୟାସ୍ ଉପରେ ହାଲକା ଆଞ୍ଚରେ ପ୍ୟାନ୍ ଗରମ କରନ୍ତୁ। ଏବେ କଦ୍ଦୁକସ୍ କରିଥିବା ଖୁଆକୁ ପ୍ୟାନରେ ଗରମ କରି ଭଲ ଭାବେ ଭାଜନ୍ତୁ। ଖୁଆକୁ ଭାଜିବା ସମୟରେ ଲଗାତର ଚଲାନ୍ତୁ।

ଯଦି ଏହାକୁ ଆପଣ ନ ଚଲାଇବେ ତାହେଲେ ଏହା ପ୍ୟାନରେ ଲାଖିକି ରହିଯିବ। ଗରମ କରିଥିବା ଖୁଆକୁ କ୍ଷୀରରେ ମିଶାଇ ଭଲଭାବେ ଫୁଟାନ୍ତୁ। ଯେତେବେଳେ ଖୁଆ ଏବଂ କ୍ଷୀର ଭଲଭାବେ ମିଶିଯିବ ସେତେବେଳେ ଏହାକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ର ନେଇ ସେଥିରେ କ୍ଷୀର ଏବଂ ପୂର୍ବରୁ ରଖିଥିବା ମଇଦାକୁ ମିକ୍ସ କରିଦିଅନ୍ତୁ। କ୍ଷୀର ଏବଂ ମଇଦା ଘୋଳକୁ ଅଧା ଘଣ୍ଟା ପର‌୍ୟ୍ୟନ୍ତ ଛାଡି ଦିଅନ୍ତୁ।

ଗୋଟେ ଗିନା ଚିନି ନେଇ ପାଣିରେ ପକାଇ ସିରା ବନାନ୍ତୁ। ସିରା ପ୍ରସ୍ତୁତ କରିବା ସମୟରେ ଅଧିକ ଗାଢ଼ା କରନ୍ତୁନାହିଁ। ସିରାରେ ଅଳେଇଚ ପାଉଡର ଏବଂ କେଓ୍ଵଡା ଜଳକୁ ମିକ୍ସ କରନ୍ତୁ। ଏବେ ଆପଣଙ୍କର ସିରା ପ୍ରସ୍ତୁତ ହୋଇଯାଇଛି।

ଏକ କଡାରେ ତେଲ ଗରମ କରନ୍ତୁ। ଏହାପରେ କ୍ଷୀର ଏବଂ ମଇଦା ଘୋଳକୁ ଖୁଆରେ ପକାନ୍ତୁ। ଏହାପରେ ଏକ ଗିନା ସାହାଯ୍ୟରେ ମାଲପୁଆକୁ ଆକାର ଦେଇ କଡାରେ ଛାଣନ୍ତୁ। ଏହାକୁ ତେଲରେ ଡିପ୍ ଫ୍ରାଏ କରି ବାହାର କରିଦିଅନ୍ତୁ। ଏହାପରେ ଏହାକୁ ସିରାରେ ବୁଡାଇ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.