Below header

ଦୀର୍ଘ ୮ ବର୍ଷ ପରେ ସଂସଦରେ ପାଦ ଦେଲେ ଲାଲୁ, ଜାଣନ୍ତୁ ସାକ୍ଷାତକାର ସମୟରେ କଣ କହୁଛନ୍ତି

ଦୀର୍ଘ ୮ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସଂସଦରେ ପାଦ ଦେଇଛନ୍ତି । ସଂସଦରେ ପହଂଚିବା ପରେ ଲାଲୁ ସେଠି ବୁଲିବା ପରେ ପରିସରରେ ଥିବା ଲୋକମାନଙ୍କ ସହ କିଛି ସମୟ କଥାବାର୍ତ୍ତା କରିଥିଲେ । ପ୍ରକୃତରେ ବର୍ତ୍ତମାନ ସମୟରେ ଲାଲୁ ଚାରା ଘୋଟାଲା ମାମଲାରେ ସଜା କାଟିଆସୁଥିଲେ । ସୂଚନା ଅନୁଯାୟୀ ୨୦୧୩ରେ ସେ ଶେଷ ଥର ପାଇଁ ସଂସଦ ଆସିଥିଲେ ।କିନ୍ତୁ ମଜା କଥା ହେଉଛି କୌଣସି ଅଧିବେଶନରେ ଅଂଶଗ୍ରହଣ କରିବାକୁ ଯାଇନଥିଲେ ଲାଲୁ । ବରଂ କରୋନା ଭ୍ୟାକ୍ସିଂନ ନେବାକୁ ହିଁ ସେ ଯାଇଥିଲେ । ମିଡ଼ିଆ କର୍ମିଙ୍କ ସହ କଥାବାର୍ତ୍ତା କରିବା ସମୟରେ ଲାଲୁ କହିଛନ୍ତିକି ଏବେ ଦେଶ ଖୁବ ସଂଗୀନ ସ୍ଥିତିରେ ଅଛି । ଏହାକୁ ସ୍ଥିତିକୁ ଆଣିବା ଖୁବ କଷ୍ଟ ହେବ | ଜାତୀୟ ସ୍ତରୀୟ ଜନଗଣନା କରାଯାଇ ଦେଶର ସ୍ଥିତି ପରଖିବା ନିହାତି ଆବଶ୍ୟକ ।

ଲାଲୁଙ୍କ ଅନୁଯାୟୀ ଦେଶ ଏବେ ଖୁବ ପଛକୁ ଚାଲି ଗଲାଣି । ପ୍ରତି କ୍ଷେତ୍ରରେ ପଛରେ ଅଛି ଦେଶ । ଦେଶ ଏବେ ଠିକ ଲୋକଙ୍କ ହାତରେ ନାହିଁ । ସେ ଜେଲରେ ଥିବା ସମୟରେ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ପୁଅ ତେଜସ୍ୱି ଯାଦବଙ୍କୁ ପୁରା ରାଜ୍ୟ କେମିତି ସମର୍ଥନ କରିଥିଲା ଏହାକୁ ପୁରା ଦେଶ ଦେଖିଛନ୍ତି । ବିହାର ବିଧାନସଭାରେ ବିଧାୟକ ମାନଙ୍କ ସହ ହୋଇଥିବା ମାରପିଟକୁ ନେଇ ବି ମତ ଦେଇଛନ୍ତି ଲାଲୁ | ସେ କହିଛନ୍ତି ଭାରତୀୟ ଗଣତନ୍ତ୍ରରେ ଏମିତି ଦୃଶ୍ୟ ପୂର୍ବରୁ ଦେଖାଯାଇନଥିଲା । ସତରେ ଏହା ଖୁବ ଦୁର୍ଭାଗ୍ୟଜନକ ।

ଲାଲୁ ସଂସଦ ଆସୁଥିବା ଶୁଣି ମିଡ଼ିଆ କର୍ମଚାରୀ ମାନେ ତାଙ୍କ ସହ ଦେଖା କରିବାକୁ ସଂସଦରେ ଯାଇ ପହଂଚିଥିଲେ | ଜେଲରୁ ଆସିବା ପରେ ପ୍ରଥମ ଥର ପାଇଁ ଲାଲୁ ଓ ସାମ୍ବାଦିକ ମାନେ ସାମ୍ନା ସାମନି ହୋଇଛନ୍ତି |

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.