Below header

ଚାଣକ୍ୟ କୁହନ୍ତି : ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ଠାରୁ ସର୍ବଦା ଦୂରରେ ରୁହନ୍ତୁ

ଚାଣକ୍ୟ ନୀତି ଆମକୁ ବଞ୍ଚିବାର କଳା ଶିଖାଏ । ଭଲ ମନ୍ଦର ଫରକ ଦେଖାଏ । ତାଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର ମାନବ ସମାଜ ପାଇଁ ଏକ ଅମୂଲ୍ୟ ରତ୍ନ । କୁହାଯାଏ ଚାଣକ୍ୟଙ୍କ ନୀତି ଶାସ୍ତ୍ର ମାନି ଚଳୁଥିବା ବ୍ୟକ୍ତି କେବେ ବି ଅସୁବିଧାରେ ପଡନ୍ତି ନାହିଁ । ଚାଣକ୍ୟ ଏମିତି କିଛି ଲୋକଙ୍କ ଠାରୁ ବିଶେଷ ସାବଧାନ ରିହବା ପାଇଁ କହିଛନ୍ତି । ଆସନ୍ତୁ ଜାଣିବା ସେସବୁ ସମ୍ପର୍କରେ ।

ଅସ୍ତ୍ର (Weapons) : ଶସ୍ତ୍ର ରଖୁଥିବା ବ୍ୟକ୍ତି : ଚାଣକ୍ୟ ନୀତି କୁହେ ଯାହାଙ୍କ ପାଖରେ ଅସ୍ତ୍ର ଶସ୍ତ୍ର ରଖିବାର ଆଦତ ଥାଏ ବା ସର୍ବଦା ପାଖରେ ଘାତକ ଅସ୍ତ୍ର ରଖିଥାନ୍ତି । ସେମାନଙ୍କ ଠାରୁ ଦୂରରେ ରହିବା ଉଚିତ୍‌ । କାରଣ ଏପରି ଲୋକଙ୍କୁ କୌଣସି ବି ସମୟରେ କ୍ରୋଧ ଆସିଥାଏ । ଫଳରେ ନିଜ ପାଖରେ ରଖିଥିବା ଅସ୍ତ୍ର ର ପ୍ରୟୋଗ କରିପାରନ୍ତି । ତେଣୁ ସେମାନଙ୍କ ଆଖ ପାଖରେ ଥିବା ଲୋକଙ୍କ ପ୍ରତି ବିପଦ ଥିବାରୁ ସେମାନଙ୍କ ଠାରୁ ଦୂରରେ ରହିବା ଜରୁରୀ ।

ଅହଂକାର (Ego) : ଚାଣକ୍ୟ କୁହନ୍ତି ଯେ ଅହଂକାର କରୁଥିବା ବ୍ୟକ୍ତି ସର୍ବଦା ଆତ୍ମ ନିଶାରେ ମସଗୁଲ୍‌ ଥାଆନ୍ତି । ଏମିତି ଲୋକଙ୍କୁ ଅନ୍ୟ ଲୋକଙ୍କର ଚିନ୍ତା ବି ନଥାଏ । ଅହଂକାର କରୁଥିବା ବ୍ୟକ୍ତି କେବେ କାହାର ବି ଅପମାନ କରିପାରେ । ଅହଂକାରୀ ବ୍ୟକ୍ତିଙ୍କୁ କାହାର ବି ପରଓ୍ଵା ନଥାଏ । ସ୍ଥିତି ଓ ପରିସ୍ଥିତିର ଧ୍ୟାନ ମଧ୍ୟ ନଥାଏ । ତେଣୁ ଏପରି ଲୋକଙ୍କ ଠାରୁ ଦୂରେ ରହିବା ଉଚିତ୍‌ ।

କ୍ରୋଧ (Anger) : ଚାଣକ୍ୟ କୁହନ୍ତି କ୍ରୋଧ ଏପରି ଏକ ଅବଗୁଣ ଯାହା ନିଜ ସହ ଅନ୍ୟକୁ ବି କ୍ଷତି ପହଞ୍ଚାଇଥାଏ । କ୍ରୋଧ କରୁଥିବା ବ୍ୟକ୍ତି ଠିକ୍‌ ଭୂଲ ର ପ୍ରଭେଦ ଭୂଲିଯାଇଥାଏ । କ୍ରୋଧ ବ୍ୟକ୍ତି ନିଜ ପ୍ରତିଭା ଓ ଜ୍ଞାନର ମଧ୍ୟ ନାଶ କରିଥାଏ । ତେଣୁ ଏମିତି ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବା ଉଚିତ ।

ବାଣୀ ଦୋଷ (Speech Impairment) : ଚାଣକ୍ୟଙ୍କ ଅନୁଯାୟୀ ବ୍ୟକ୍ତି ସର୍ବଦା ମଧୁର କଥା କହିବା ଜରୁରୀ । ମଧୁର କଥା କହୁଥିବା ବ୍ୟକ୍ତି ଉପରେ ଲକ୍ଷ୍ମୀ ସର୍ବଦା ପ୍ରଶନ୍ନ ରହିଥାନ୍ତି । ମଧୁର କଥା କହୁଥିବା ବ୍ୟକ୍ତିଙ୍କ ଠାରେ ସଫଳତା ଲୁଚି ରହିଥାଏ । ଯେଉଁମାନଙ୍କ ବାଣୀ ଦୋଷ ଥାଏ ସେମାନଙ୍କ ଠାରୁ ଦୂରରେ ରହିବା ଜରୁରୀ । କାରଣ ସେମାନେ ବିନା ବିଚାରରେ କିଛି ବି କହିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.