ଦୂତିଙ୍କ ପାଇଁ ଦୀପଟିଏ, ଅଲମ୍ପିକ୍ସରେ ସଫଳତା କାମନା କରି ଅଖଣ୍ଡ ଦୀପ ଜାଳିଲେ ଦୂତିଙ୍କ ମା

ଯାଜପୁର(କେନ୍ୟୁଜ୍): ଟୋକିଓ ଅଲମ୍ପିକ୍ସରେ ଆସନ୍ତାକାଲି ଟ୍ରାକକୁ ଓହ୍ଲାଇବେ ଦୌଡରାଣୀ ଦୂତି ଚାନ୍ଦ । ଏନେଇ ଦୂତିଙ୍କ ସଫଳତା କାମନା କରି ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦେଶ ପାଇଁ ସେ ପଦକ ଆଣିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଏହି ଅବସରରେ ଦୌଡରାଣୀ ଦୂତିଙ୍କ ସଫଳତା କାମନା କରି ତାଙ୍କ ମାଆ ଅଖଜି ଚାନ୍ଦ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜଳାଇଛନ୍ତି ।

dutee1

ଅଲମ୍ପିକ ଖେଳରେ ଭାଗ ନେଇଥିବା ଦୂତି ଓ ଭାରତ ବର୍ଷରୁ ଯାଇଥିବା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଦୁତିଙ୍କ ମାଆ ଘରେ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜାଳି ସମସ୍ତଙ୍କର ଶୁଭ ମନାସିଛନ୍ତି । ପୂର୍ବରୁ ମଧ୍ୟ ଦୂତି ଦେଶ ତଥା ରାଜ୍ୟ ପାଇଁ ଅନେକ ଗୈାରବ ଆଣିଦେଇଛନ୍ତି । ଏଣୁ ଆସନ୍ତାକାଲି ଥିବା ତାଙ୍କର ଦୌଡ଼ ପ୍ରତିଯୋଗିତାରେ ସେ ନିଶ୍ଚୟ ସଫଳତା ହାସଲ କରିବେ ଏନେଇ ସମସ୍ତେ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.