ଘରେ ଏପରି ବନାନ୍ତୁ ରୋଲ, ସ୍ୱାଦ କରିଦେବ ଦିଓ୍ଵାନା

ଆବଶ୍ୟକ ସାମଗ୍ରୀ

ମଇଦା – ଏକ କପ୍‌
ଅଟା – ଏକ କପ୍‌
ଲୁଣ – ସ୍ୱାଦାନୁସାରେ
ତେଲ – ଆବଶ୍ୟକ ଅନୁସାରେ
ଗୋଲମରୀଚ ପାଉଡର – ଅଳ୍ପ
ପିଆଜ – ଦୁଇଟି
କାକୁଡି – ଗୋଟିଏ
କଞ୍ଚା ଲଙ୍କା – ୫ଟି
ଚାଟ ମସଲା
ଟମାଟୋ କେଚଅପ୍‌
ଲେମ୍ବୁ ରସ
ଅଣ୍ଡା
ଚିନି

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଅଟା, ମଇଦା, ଚିନି ଏବଂ ଲୁଣକୁ ପକାଇ ଭଲଭାବେ ମିକ୍ସ କରନ୍ତୁ ଏବଂ ଏହାକୁ ଭଲଭାବେ ଚକଟି ଦିଅନ୍ତୁ।
  • ଅଟା ଚକଟାରୁ ଟିକେ ଟିକେ ନେଇ ଗୋଲା ବନାଇ ଦିଅନ୍ତୁ ଏବଂ ଏହାକୁ ହାଲକା ରୁଟି ଭଳି ବନାଇ ଦିଅନ୍ତୁ।
  • ତାଓ୍ଵା ଉପରେ ପରଟାକୁ ରଖି ସାମାନ୍ୟ ତେଲ ପକାନ୍ତୁ। ଏହାପରେ ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ।
  • ଏବେ ଦୁଇଟି ଅଣ୍ଡାକୁ ଭାଙ୍ଗି ଗୋଟେ ପାତ୍ରରେ ଢ଼ାଳି ସେଥିରେ ଲୁଣ ପକାଇ ଦିଅନ୍ତୁ।
  • ପରଟାକୁ ସେକିବା ପରେ ତାକୁ ତାଓ୍ଵା ଉପରେ ଅଣ୍ଡାର ମିଶ୍ରଣକୁ ପକାଇ ଦିଅନ୍ତୁ।
  • ଏହାପରେ ଅଣ୍ଡାର ମିଶ୍ରଣରେ ପରଟାକୁ ରଖଦିଅନ୍ତୁ ଏବଂ ଏହାକୁ ଭଲଭାବେ ସେକି ଦିଅନ୍ତୁ।
  • ପରଟାର ଦୁଇ ପାଖକୁ ଭଲଭାବେ ସେକିବା ପରେ ତାହା ଉପରେ ପିଆଜ, କାକୁଡି, କଞ୍ଚା ଲଙ୍କା, ଚାଟ୍‌ ମସଲା, ଗୋଳମରୀଚ, ଲେମ୍ବୁ ରସ,
  • ଟମାଟୋ କେଚଅପ୍‌ ଏବଂ ଚିଲି ସସ୍‌ ପକାଇ ରୋଲ କରିଦିଅନ୍ତୁ।
  • ଏହିପରି ଭାବେ କୋଲକାତା ଷ୍ଟାଇଲରେ ଏଗ୍‌ ରୋଲ ପ୍ରସ୍ତୁତ ହୋଇଯାଇଛି ଏବଂ ଏହାକୁ ଆପଣ ଗରମା ଗରମ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.