ଦେଖିଛନ୍ତି କି ଘାସର ବାଘ ? ତେବେ ଆସନ୍ତୁ ବ୍ରହ୍ମପୁର ଆଇଟିଆଇ

ବ୍ରହ୍ମପୁର : ଆଜି ବିଶ୍ୱ ବ୍ୟାଘ୍ର ଦିବସ। ଏହି ଅବସରରେ ବ୍ରହ୍ମପୁର ସରକାରୀ ଶିଲ୍ପ ତାଲିମ ଅନୁଷ୍ଠାନର ଗ୍ରାସ୍‌ ଆର୍ଟ ପାର୍କ ପରିସରରେ ବାଘର କଳାକୃତି ଦେଖିବାକୁ ମିଳିଛି । ଏହି ପାର୍କରେ ବିଭିନ୍ନ ବନ୍ଯ ଜନ୍ତୁଙ୍କ ଆକର୍ଷଣୀୟ ପ୍ରତିକୃତି କରାଯାଇଛି । ହେଲେ ଆଜି ଏଥିରେ ଦୁଇଟି ବାଘ ରଖାଯାଇଛି । ସବୁଜ ଘାସରେ ନିର୍ମିତ ଏହି ବାଘ ପ୍ରତିକୃତି ଖୁବ୍‌ ସୁନ୍ଦର ହୋଇଛି । ବ୍ଯାଘ୍ର ଦିବସ ଅବସରରେ ବାଘମାନଙ୍କର ସୁରକ୍ଷା ଓି ସଂରକ୍ଷଣକୁ ନେଇ ଏହି କଳାକୃତି ମାଧ୍ୟମରେ ସମାଜକୁ ସଚେତନତା ବାର୍ତ୍ତା ଦିଆଯାଇଛି।

ଏହି ଦୁଇଟି ବାଘର ପ୍ରତିକୃତି ପ୍ରଥମେ ପୁରୁଣା ଓ ଅଦରକାରୀ ଲୁହାରୁ ତିଆରି କରାଯାଇଥିଲା । ପରେ କୃତିମ ଘାସ ଲଗାଯାଇ ଏହାକୁ ସମ୍ପୂର୍ଣ୍ଣ ରୂପ ଦିଆଯାଇଛି । ବ୍ୟାଘ୍ର ଦିବସ ପାଳନ ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ , ଆଇଟିଆଇର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.