ଆଉ ଭୟ ନାହିଁ, ଆଲାସ୍କାରୁ ସୁନାମି ସତର୍କତା ପ୍ରତ୍ୟାହୃତ

ଓ୍ଵାଶିଂଟନ୍‌ : ଆମେରିକାର ଆଲାସ୍କାରେ ଭୟଙ୍କର ଭୂମିକମ୍ପ ପରେ ବି ସ୍ଥିତି ଅତ୍ୟଧିକ ବିପଜ୍ଜନକ ନାହିଁ । ତେଣୁ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦିଆଯାଇଥିବା ସୁନାମି ଆଲର୍ଟକୁ ପ୍ରତ୍ୟାହାର କରି ନିଆଯାଇଛି ।

ଆଜି ଆଲାସ୍କାରେ ୮.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏଥିରେ ଏକ ଛୋଟିଆ ସୁନାମି ମଧ୍ୟ ସୃଷ୍ଟି ହୋଇଥିଲା । ଏହାପରେ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧୯୬୫ ମସିହା ପରେ ଏହା ଆଲାସ୍କାରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଉଛି । ତେବେ ଏଥିରେ କ୍ଷୟକ୍ଷତି କଣ ହୋଇଛି ତାର ସୂଚନା ମିଳିନାହିଁ । ଆଲାସ୍କା ‘ରିଙ୍ଗ ଅଫ୍‌ ଫାୟାର’ରେ ରହିଛି । ତେଣୁ ଏଠାରେ ସବୁବେଳେ ଭୂକମ୍ପ ଓ ସୁନାମିର ଭୟ ରହିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.