Below header

ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନା

ପଞ୍ଜାବ : ପ୍ରବଳ ବର୍ଷା ଯୋଗୁ ଅମରନାଥ ଗୁମ୍ଫାରେ ଭୟଙ୍କର ବନ୍ୟା ଆସିଛି । ପରିସ୍ଥିତି ଏପରି ଭୟଙ୍କର ହୋଇଛି ଯେ ସେନାକୁ ଉଦ୍ଧାର କାର୍ଯ୍ୟରେ ନିୟୋଜତ କରାଯାଇଛି । ବନ୍ୟା ବିଭୀଷିକାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେନା ତରଫରୁ କେହି ନିଜର ମୋବାଇଲ୍‌ ରେ ବନ୍ୟାର ଉକ୍ତ ବିଭୀଷିକାମୟ ଦୃଶ୍ୟକୁ ଭିଡ଼ିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଭିଡିଓରେ ଦେଖାଯାଇଛି, ବାଦଲ ଫଟା ବର୍ଷାରେ କେତେଗୁଡିଏ କ୍ୟାମ୍ପ ଭାସିଯାଉଛି ।

video credit: Jalandhar Kesari @punjabkesarijalandhar 

ତେବେ ଏହି ଭୀଷଣ ବର୍ଷା ସମୟରେ ଅମରନାଥ ଗୁମ୍ଫାରେ କେହି ନଥିବା ସେନା ପକ୍ଷରୁ କୁହାଯାଇଛି । ଏହି ଉଦ୍ଧାର କାର୍ଯ୍ୟରେ ସେନାଙ୍କ ସହ ବିଏସ୍‌ଏଫ୍‌, ସିଆରପିଏଫ୍‌ ଏବଂ ଜମ୍ମୁ ପୋଲିସ ମଧ୍ୟ ନିଯୋଜିତ ଥିବା ଦେଖାଯାଇଥିଲା । ଏହି ଭୟଙ୍କର ବନ୍ୟାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.