Below header

ମେ ୩୧ ଯାଏଁ ବଢିପାରେ ଲକଡାଉନ, କିଛି ସମୟ ପରେ କେନ୍ଦ୍ର ସରକାର ପକ୍ଷରୁ ହୋଇପାରେ ଘୋଷଣା

କେନ୍ୟୁଜ୍ (ବ୍ୟୁରୋ): ଲକଡଉନ ସମ୍ପର୍କିତ ବଡଖବର। ସାରା ଦେଶରେ ମେ ୩୧ ତାରିଖ ପର୍ଯ୍ୟନ୍ତ ବଢିପାରେ ଲକଡାଉନ୍ ଅବଧି। ଏସମ୍ପର୍କରେ କିଛି  ସମୟ ପରେ  କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇପାରେ ଗାଇଡଲାଇନ୍ । ଏହି ଲକଡାଉନ ବୃଦ୍ଧି ନେଇ ପ୍ରମୁଖ ଜାତୀୟ ଗଣ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସବୁଠାରୁ ବଡ କଥା ହେଉଛି, ଲକଡାଉନ ଅବଧି ବୃଦ୍ଧି ଭିତରେ ଅନେକ କଟକଣା କୋହଳ କରାଯାଇପାରେ । ପୂର୍ବରୁ ମଧ୍ୟ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ନୂଆ ରୂପରେ ନୂଆ ନିୟମ ସହ ଆସିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଆଉ କିଛି ସମୟ ପରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ ।

ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ କେଉଁ କେଉଁ ଦିଗ ପ୍ରତି କଟକଣାକୁ କୋହଳ କରାଯାଉଛି, ବର୍ତ୍ତମାନ ସମୟରେ ତା ଉପରେ ରହିଛି ସମସ୍ତଙ୍କ ନଜର । ବିଶେଷ କରି ଦୋକାନ ବଜାର, ଗମନାଗମନ ଉପରେ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ଏବେ ତାକୁ ହିଁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.