Below header

ଅବିବାହିତଙ୍କୁ ନେଦରଲ୍ୟାଣ୍ଡ ସରକାରଙ୍କ ନିର୍ଦ୍ଦେଶ : କରୋନା ନ ଟଳିବା ଯାଏ କଣ୍ଟ୍ରୋଲ୍‌ କର, ଯଦି ନପାରୁଛ….

ଆମ୍‌ଷ୍ଟରଡାମ୍‌ : କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ଚାଲିଥିବାରୁ ନେଦରଲାଣ୍ଡ ସରକାର ଦେଶର ଅଗଣିତ ଅବିବାହିତ ବା ଏକାକୀ ରହୁଥିବା ବ୍ୟକ୍ତିଙ୍କୁ ଏକ ନିଆରା ପରାମର୍ଶ ଦେଇଛନ୍ତି । ଖାଲି ପରାମର୍ଶ ନୁହେଁ ସରକାର ଏଥିପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି । ଯଦି କେହି ଲକ୍‌ଡାଉନ୍‌ ମଧ୍ୟରେ ଘରେ ଥିବା ବେଳେ ଏକାନ୍ତର ପୀଡ଼ାକୁ ସହ୍ୟ କରି ପାରୁ ନାହାଁନ୍ତି । ତେବେ କରୋନା ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ସେମାନେ ‘ସେକ୍ସ ଟଏଜ୍‌’ ବ୍ୟବହାର କରିପାରିବେ ବୋଲି ଡଚ୍‌ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ଏହି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ସାଧାରଣତଃ ଏକାକୀ ରହୁଥିବା ବ୍ୟକ୍ତି ନିଜର କାମ ଲାଳସା ମେଣ୍ଟାଇବା ପାଇଁ ଅନ୍ୟ ଜଣେ ସାଥୀକୁ  ଖୋଜିଥାନ୍ତି । ତେବେ କରୋନା ଭାଇରସ୍‌ ସଂକ୍ରମଣ ଭୟ ଥିବାରୁ ଉଭୟ ପକ୍ଷ ଏଥିରୁ ନିବୃତ୍ତ ରହିବା ଉଚିତ୍‌ । ଯଦି ସେକ୍ସ ନିହାତି ଆବଶ୍ୟକ ତେବେ ସେମାନେ ନିଜ ଇଚ୍ଛା ପୂରଣ କରିବା ପାଇଁ ‘ସେକ୍ସ ଡଲ୍‌’ ର ବ୍ୟବହାର କରିପାରିବେ ।

ନେଦରଲାଣ୍ଡ୍‌ରେ ମାର୍ଚ୍ଚ ୨୩ ତାରିଖରୁ କରୋନା ପାଇଁ ଲକ୍‌ଡାଉନ୍‌ ଚାଲିଛି । ଏଠାରେ ଦୀର୍ଘ ୪ ମାସ ପାଇଁ ଲକ୍‌ଡାଉନ୍‌ ଯୋଜନା କରାଯାଇଛି । ଦୀର୍ଘ ଦିନ ଧରି ଲୋକେ ଘରେ ବନ୍ଦୀ ହୋଇ ରହିବାକୁ ଥିବାରୁ ଏକାକୀ ବ୍ୟକ୍ତିଙ୍କ ପାଇଁ ଡଚ୍‌ ସରକାର ଏହି ଅଭିନବ ଯୋଜନା ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.