‘ତ୍ରିଶୂଳ’ ଭଳି ଦେଖାଯାଉଛି ଏହି ଗାଈର ଶିଙ୍ଘ, ସେୟାର ହେଉ ହେଉ Video ଭାଇରଲ

ସୋସିଆଲ ମିଡିଆରେ ଏବେ ଏକ ଗାଈ ନିଜର ଶିଙ୍ଘ ଯୋଗୁ ଖୁବ ଚର୍ଚ୍ଚାରେ ଅଛି। ଗାଈର ଶିଙ୍ଘକୁ ଲୋକେ ତ୍ରିଶୂଳ ସହ ତୁଳନା କରୁଛନ୍ତି। ଏହାର ଏକ ଭିଡ଼ିଓ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ନିଜ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି, ‘ଦେଖନ୍ତୁ ତ୍ରିଶୂଳ’।

ଭିଡ଼ିଓଟିକୁ ସେ 13 ମେ’ରେ ସେୟାର କରିଥିବା ବେଳେ ଏ ପର୍ଯ୍ୟନ୍ତ ଏହାକୁ 11 ହଜାର 300ରୁ ଅଧିକ ଭିୟୁ ମିଳିସାରିଲାଣି। କହି ରଖୁଛୁ, ଉଗାଣ୍ଡାର ଏହି ଭିଡ଼ିଓଟି 2018 ମସିହାର। କିନ୍ତୁ ସୁଶାନ୍ତ ନନ୍ଦା ଏହାକୁ ପୁଣିଥରେ ସେୟାର କରିବା ପରେ ଏହା ଭାଇରଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.