‘ମୁଁ ଦେଖିଛି ଭଗବାନଙ୍କୁ , ସେ ଆସି ଅସୁବିଧା ସମୟରେ କରିଥିଲେ ମତେ ସାହାଯ୍ୟ ‘ : ହିମାଳୟରେ ଡ୍ୟୁଟି କରୁଥିବାବେଳେ ମେଜରଙ୍କ ଅନୁଭୂତି

ଆଗାମୀ ତିନି ମାସ ପାଇଁ ଡ୍ଯୁଟି କରିବା ଲକ୍ଷରେ ଜଣେ ମେଜରଙ୍କ ନେତୃତ୍ୱରେ ୧୫ ଜଣ ଯବାନଙ୍କର ଏକ ଦଳ ହିମାଳୟ ରାସ୍ତାରେ ଯାତ୍ରା କରୁଥିଲେ । ଏହି ରାସ୍ତା ଖୁବ ଦୁର୍ଗମ ଥିଲା । ଉକ୍ତ ସ୍ଥାନରେ ତୁଷାରପାତ ଲାଗି ରହିଥିଲା ଓ ରାତି ସମୟ ବିତାଇବାକୁ ପାଖରେ କିଛି ବସ୍ତି ବି ନ ଥିଲା । ପ୍ରାୟ ଏକ ଘଣ୍ଟା ଉପର କୁ ଚଢିବା ପରେ ତାଙ୍କ ନଜର ଏକ ଚା ଦୋକାନ ରେ ପଡିଥିଲା କିନ୍ତୁ ଦୁଃଖ ର ବିଷୟ କି ସେହି ଦୋକାନ ବି ବନ୍ଦ ଥିଲା ଓ ଏବଂ ଯବାନ ଙ୍କ ର ଆଗ୍ରହ କୁ ନେଇ ମେଜର ଦୋକାନ ତାଲା ଭାଙ୍ଗିଥିଲେ ଏବଂ ଭିତରେ ଚା କରିବାର ସବୁ ସରଞ୍ଜାମ ମଧ୍ୟ ଥିଲା । ଚା ଓ ବିସ୍କୁଟ  ଖାଇ ସବୁ ଆଗ କୁ ବଢିଥିଲେ ଓ ନିଜ ଲକ୍ଷ୍ୟ ପଥ ରେ ଆଗେଇଥିଲେ ।

himalayaଯେତେବେଳେ ତିନି ମାସ ପରେ ସେହି ୧୫ ଜଣିଆ ଯବାନଙ୍କ ଦଳ ପୁଣି ସେହି ରାସ୍ତା ଦେଇ ଫେରୁଥିଲେ ସେହି ସମୟରେ ଚା ଦୋକାନଟି ଖୋଲାଥିବା ଦେଖିବାକୁ ପାଇଥିଲେ ।  ଦୋକାନ ମାଲିକ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ ଓ ବ୍ୟକ୍ତି ଜଣଙ୍କ ଏତେ ଗ୍ରାହକ ଙ୍କୁ ଦେଖି ଉତ୍ସାହିତ ହୋଇଯାଇଥିଲେ ଏବଂ ବୃଦ୍ଧ ବ୍ୟକ୍ତି ଚା କରିବା ଆରମ୍ଭ କରିଥିଲେ । ସେହିସମୟରେ ଯବାନ ମାନଙ୍କୁ ବୃଦ୍ଧ ବ୍ୟକ୍ତି ନିଜ ର ଜୀବନ କାହାଣୀ ମଧ୍ୟ ଶୁଣାଇଥିଲେ ।

himalayas-mountainsଏହି ସମୟ ରେ ଜଣେ ଯବାନ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରଶ୍ନ କରିଥିଲେ କି  ତୁମେ ଭଗବାନ ଙ୍କୁ କେତେ ମାନୁଛ ଏବଂ ଯଦି ମାନୁଛ ତେବେ ସେ ତୁମ କୁ ଏପରି ଦୟନୀୟ ଅବସ୍ଥାରେ କାହିଁକି ରଖିଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଥିଲେ କି ଏପରି ନୁହେଁ , ଭଗବାନ ଅଛନ୍ତି ଏବଂ ମୁ ନିଜେ ଦେଖିଛି । ଏହି କଥା ଶୁଣି ସବୁ ଯବାନ ବୃଦ୍ଧ ବ୍ୟକ୍ତି ଙ୍କୁ ଚାହିଁ ରହିଥିଲେ ।

ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଥିଲେ ଦିନେ ସେ ଖୁବ ଅସୁବିଧାରେ ଥିଲେ ଓ କିଛି ଆତଙ୍କବାଦୀ ତାଙ୍କ ପୁଅ କୁ ମାଡ଼ ମାରିଥିଲେ । ସେହି ସମୟରେ ସେ ଦୋକାନ ବନ୍ଦ କରିକି ପୁଅ କୁ ହସ୍ପିଟାଲ ନେଇଯାଇଥିଲେ ।  ତାଙ୍କ ପାଖରେ ଔଷଧ ଆଣିବାକୁ ବି ଟଙ୍କା ନ ଥିଲା । ଫଳରେ ସେ ଭାଙ୍ଗି ପଡ଼ିଥିଲେ । ଏଭଳି ସମୟରେ ଭଗବାନ ତାଙ୍କ ଦୋକନକୁ ଆସି ୧୦୦୦ ଟଙ୍କା ରଖିଦେଇଯାଇଥିଲେ । ଯାହାପାଇଁ ସେ ବହୁତ ଖୁସି ହୋଇଯାଇଥିଲେ । ତେଣୁ ଭଗବାନ ଅଛନ୍ତି ଓ ଭଗବାନଙ୍କ ଉପସ୍ଥିତି ଅଛି ବୋଲି ସେ ଆତ୍ମବିଶ୍ୱାସି । ଏହି କଥା ସରିବା ପରେ ଚା ପି ସାରି ତାଙ୍କୁ ଟଙ୍କା ଦେଇ ମେଜର ବୃଦ୍ଧ ବ୍ୟକ୍ତି ଙ୍କୁ ଆଲିଙ୍ଗନ କରିଥିଲେ ଏବଂ କହିଲେ ଆପଣ କରିଥିବା ଚା ଖୁବ ଭଲ ଥିଲା ।

Leave A Reply

Your email address will not be published.