ଜାଣନ୍ତୁ ମହାକୁମ୍ଭ ମେଳାର ଆରମ୍ଭ ଏବଂ ମହତ୍ତ୍ବ

ଭାରତବର୍ଷରେ ପୂଜା ପାର୍ବଣକୁ ବହୁତ ଉତ୍ସାହର ସହିତ ପାଳନ କରାଯାଏ। କେବେ ଖୁସି ଏବଂ ଆଶା ବ୍ୟକ୍ତ କରିବା ପାଇଁ ଏବଂ କେବେ ମୋକ୍ଷ ପ୍ରାପ୍ତି କରି ଦେବତାଙ୍କୁ ଖୁସି କରିବା ପାଇଁ କରାଯାଏ। ପ୍ରତ୍ୟେକ ତିନି ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି କୁମ୍ଭ ମେଳା ଏମିତି ଏକ ପର୍ବ ଯାହା ପୂର୍ବ ପାପକୁ ଧୋଇବା ପାଇଁ ହିନ୍ଦୁ ମାନଙ୍କର ଆସ୍ଥାର ଏକ ତୀର୍ଥ ଅଟେ। ଏହି ମେଳା ଦୁନିଆର ସବୁଠୁ ବଡ ସଭା ଅଟେ। ଏଥିରେ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ। ଆସନ୍ତୁ ଜାଣିବା ଏହି କୁମ୍ଭ ମେଳାକୁ ନେଇ କିଛି ଖାସ କଥା।
-କୁମ୍ଭ ମେଳା ପ୍ରତ୍ୟେକ ତିନି ବର୍ଷରେ ଥରେ ଆୟୋଜିତ କରାଯାଇଥାଏ। ଚାରିଟି ଭିନ୍ନ ଭିନ୍ନ ସ୍ଥାନ- ହରିଦ୍ବାର(ଗଙ୍ଗା), ପ୍ରୟାଗ(ଯମୁନା, ଗଙ୍ଗା ଏବଂ ସରସ୍ବତୀର ତ୍ରିବେଣୀ ସଙ୍ଗମ), ଉଜ୍ଜ୍ବେନ(କ୍ଷିପ୍ର ନଦୀ) ଏବଂ ନାସିକ(ଗୋଦାବରୀ ନଦୀ)ରେ ଆୟୋଜିତ କରାଯାଏ।
-ଏହି ମେଳାର ଇତିହାସ ହାରାହାରୀ ୨୦୦୦ ବର୍ଷ ପୂର୍ବର ଅଟେ। କୁହାଯାଏ ଯେ ଆଦି ଶଙ୍କରାଚାର୍ୟ୍ୟ ଏହାର ଆରମ୍ଭ କରିଥିଲେ। କିନ୍ତୁ କିଛି କଥା ଅନୁସାରେ କୁମ୍ଭର ଆରମ୍ଭ ସମୁଦ୍ର ମନ୍ଥନ କାଳରେ ହୋଇଥିଲା। କୁମ୍ଭ ଶବ୍ଦର ଅର୍ଥ ହେଉଛି ଅମ୍ରୁତ।
-ମନ୍ଥନରେ ବାହାରିଥିବା ଅମ୍ରୁତ କଳସ ହରିଦ୍ବାର,ଉଜ୍ଜ୍ବେନ ଏବଂ ନାସିକରେ ପଡିଥିଲା। ଏଥିପାଇଁ ଏହି ଚାରିଟି ସ୍ଥାନରେ କୁମ୍ଭ ମେଳା ପ୍ରତ୍ୟେକ ତିନି ବର୍ଷ ପରେ କରାଯାଇଥାଏ। ୧୨ ବର୍ଷ ପରେ ଏହି ମେଳା ପୁଣି ନିଜର ପ୍ରଥମ ସ୍ଥାନକୁ ଚାଲିଯାଇଥାଏ।
ଆହୁରି ପଢ଼ନ୍ତୁ : ମହିଳା ନାଗା ସାଧୁଙ୍କ ରହସ୍ୟମୟ ଦୁନିଆ, ଆଶ୍ଚର୍ଯ୍ୟ କରିବ ଆପଣଙ୍କୁ ସେମାନଙ୍କ ଜୀବନର ଏହି ୬ କଥା
ରାଶି ଏବଂ ଗ୍ରହ ସହିତ କୁମ୍ଭର ସମ୍ପର୍କ
-କୁମ୍ଭ ମେଳା କେଉଁ ସ୍ଥାନରେ ଲାଗିବ ତାହା ଏହି ରାଶି ନିର୍ଦ୍ଧାରଣ କରିଥାଏ। ୨୦୧୩ ମସିହାରେ କୁମ୍ଭ ମେଳା ପ୍ରୟାଗ ଇଲ୍ହାବାଦରେ ହୋଇଥିଲା। ଏହାର କାରଣ ମଧ୍ୟ ରାଶିର ବିଶେଷ ସ୍ଥିତିରୁ ହୋଇଛି।
-କୁମ୍ଭ ଯୋଗ ବିଷୟରେ ବିଷ୍ଣୁ ପୁରାଣରେ ଉଲ୍ଲେଖ ମିଳିଛି। ବିଷ୍ଣୁ ପୁରାଣ ରେ କୁହାଯାଇଛି ଯେ ଯେତେବେଳେ ଗୁରୁ କୁମ୍ଭ ରାଶିରେ ଥାଏ ଏବଂ ସୂର୍ୟ୍ୟ ମେଷ ରାଶିରେ ପ୍ରବେଶ କରିଥାଏ। ସେତେବେଳେ ହରିଦ୍ବାରରେ କୁମ୍ଭ ଲଗାଯାଇଥାଏ। ୧୯୮୬, ୧୯୯୮, ୨୦୧୦ ପରେ ମହାକୁମ୍ଭ ମେଳା ହରିଦ୍ବରରେ ୨୦୨୧ରେ ହେବ।
-ସୂର୍ୟ୍ୟ ଏବଂ ଗୁରୁ ଯେତେବେଳେ ସିଂହ ରାଶିରେ ଥାଏ ସେତେବେଳେ କୁମ୍ଭ ମେଳାର ଆୟୋଜନ ନାସିକ (ମହାରାଷ୍ଟ୍ର)ରେ ଗୋଦାବରୀ ନଦୀ ତଟରେ ଲଗାଯାଇଥାଏ।
-ଗୁରୁ ଯେତେବେଳେ କୁମ୍ଭ ରାଶିରେ ପ୍ରବେଶ କରିଥାଏ ସେତେବେଳେ ଉଜ୍ଜ୍ବେନରେ କୁମ୍ଭମେଳା ଲାଗିଥାଏ।
ମହାକୁମ୍ଭର ମାନ୍ୟତା
-ଶାସ୍ତ୍ରରେ କୁହାଯାଇଛି ଯେ ପ୍ରୁଥିବୀରେ ଗୋଟିଏ ଦିନ ଦେବତା ମାନଙ୍କର ହୋଇଥାଏ। ଏଥିପାଇଁ ସବୁ ବାର ବର୍ଷ ପରେ ସେହି ସ୍ଥାନରେ ପୁନଃ କୁମ୍ଭର ଆୟାଜନ ହୋଇଥାଏ। ଦେବତାଙ୍କର ବାର ବର୍ଷ ପ୍ରୁଥିବୀ ଲୋକରେ ୧୪୪ ବର୍ଷ ପରେ ଆସିଥାଏ। କୁହାଯାଏ ଯେ ୧୪୪ ବର୍ଷ ପରେ ସ୍ବର୍ଗରେ ମଧ୍ୟ କୁମ୍ଭର ଆୟୋଜନ ହୋଇଥାଏ ଏଥିପାଇଁ ସେହି ବର୍ଷକୁ ପ୍ରୁଥିବୀରେ ମହାକୁମ୍ଭର ଆୟୋଜନ କରାଯାଏ।
ଏହା ସହ ପଢ଼ନ୍ତୁ : ସାଧାରଣ ମଣିଷ କେମିତି ହୋଇଥାଏ ସାଧୁ : ଜାଣନ୍ତୁ ସେହି ଖାସ୍ ବିଧି ଯାହା ରଖାଯାଇଥାଏ ଗୁପ୍ତ
-ୟୁନେସ୍କୋ କୁମ୍ଭମେଳାକୁ ଭାରତର ସାସ୍କ୍ରୁତିକ ପର୍ବର ମାନ୍ୟତା ଦେଲା।
-ନାଗା ସାଧୁ ଏହି ପର୍ବରେ ଭାଗ ନେଇଥାନ୍ତି ଏବଂ ସେମାନେ ପୂରାପୂରୀ ଉଲଗ୍ନ ହୋଇଥାନ୍ତି।
କୁମ୍ଭ ସ୍ନାନର ପ୍ରମୁଖ ତିଥି
-ମକର ସଂକ୍ରାନ୍ତି ୧୫ ଜାନୁୟାରୀ) ୨୦୧୯ ମଙ୍ଗଳବାରରେ ପଡୁଛି।
-ପୌଷ ପୂର୍ଣ୍ଣିମା ୨୧ ଜାନୁୟାରୀ ୨୦୧୯ ସୋମବାରରେ ପଡୁଛି।
-ମୌନି ଅମାବାସ୍ୟା ୪ ଫେବ୍ରୁୟାରୀ ୨୦୧୯ ସୋମବାରରେ ପଡୁଛି।
-ବସନ୍ତ ପଞ୍ଚମୀ ୧୦ ଫେବ୍ରୁୟାରୀ ୨୦୧୯ ରବିବାରରେ ହେବ।
-ମାଘ ପୂର୍ଣ୍ଣିମା ୧୯ ଫେବ୍ରୁୟାରୀ ୨୦୧୯ ମଙ୍ଗଳବାର ଦିନ ପଡୁଛି।
-ମହାଶିବରାତ୍ରୀ ୪ ମାର୍ଚ୍ଚ ୨୦୧୯ ସୋମବାର ଦିନ ପଡୁଛି।