ଫ୍ଯାନ୍ସଙ୍କ ପାଇଁ ଖୁସି ଖବର, ୬ଟି ସୁପରହିଟ୍ ଦେବା ପ୍ରସ୍ତୁତିରେ ସଞ୍ଜୟ ଦତ୍ତ

ମୁମ୍ବାଇ : ସଞ୍ଜୁ ବାବାଙ୍କ ଫ୍ୟାନ୍ସଙ୍କ ପାଇଁ ନୂଆବର୍ଷ ଆଣିଛି ଖୁସି ଖବର। ଆଗାମୀ ୨ ବର୍ଷ ମଧ୍ୟରେ ବ୍ୟାକ ଟୁ ବ୍ୟାକ ୬ଟି ଫିଲ୍ମରେ ନଜର ଆସିବେ ସଞ୍ଜୟ ଦତ୍ତ। କିଛି ଦିନ ତଳେ ସଞ୍ଜୟ କଳଙ୍କ, ତୁଳସୀ ଦାସ ଓ ପ୍ରସ୍ତନମର ସୁଟିଂ ଶେଷ କରିଛନ୍ତି। ଫିଲ୍ମ ସମସେରରେ ମଧ୍ୟ ସଞ୍ଜୁ ତାଙ୍କ ପାର୍ଟର ସୁଟିଂ ଶେଷ କରିଦେଇଛନ୍ତି। ଏହାପରେ ସେ ଆଶୁତୋଷ ଗୋଓ୍ଵାଲିକରଙ୍କ ଫିଲ୍ମ ପାନିପତର ସୁଟିଂ ଆରମ୍ଭ କରିଛନ୍ତି। ପରେ ସଡ଼କ-୨ର ସୁଟିଂ କରିବେ ସଞ୍ଜୁ।

sanjay

ଶେଷ ଥର ପାଇଁ ‘ସାହେବ ବିବି ଓ ଗ୍ୟାଙ୍ଗଷ୍ଟାର ଥ୍ରୀ’ରେ ନଜର ଆସିଥିଲେ ସଞ୍ଜୟ ଦତ୍ତ। ଫିଲ୍ମରେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିଥିଲେ ସଞ୍ଜୟ। ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ମାହି ଗିଲ୍,ଚିତ୍ରାଗନ୍ଦା ସିଂ ଓ କବୀର ବେଦି ମଧ୍ୟ ନଜର ଆସିଥିଲେ। ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ କରିନଥିଲେ ମଧ୍ୟ ସଞ୍ଜୁଙ୍କ ଷ୍ଟାଇଲକୁ ପସନ୍ଦ କରିଥିଲେ ଦର୍ଶକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.