Below header

ସମୁଦ୍ରକୂଳରେ ଓଲଟା ପଡ଼ିଲା ଛୋଟ ବିମାନ, କିନ୍ତୁ ଏପରି ହେଲା ଚମତ୍କାର କି ବଞ୍ଚିଗଲେ ସବୁ ଯାତ୍ରୀ

ଯାହାକୁ ରଖନ୍ତି ଅନନ୍ତ, କିଏ କରିପାରନ୍ତି ବଳବନ୍ତ। ଆପଣ ଏହି ଢ଼ଗ ତ ନିଶ୍ଚିତ ଶୁଣିଥିବେ। କିନ୍ତୁ ନିକଟରେ ଏପରି ଘଟଣା ବାସ୍ତବତାରେ ଦେଖିବାକୁ ମିଳିଛି। ଫ୍ଳୋରିଡ଼ାରେ ମିୟାମିରେ ଏକ ଛୋଟ ବିମାନ ଦୁର୍ଘଟଣାଗସ୍ତ ହେବା ପରେ ମଧ୍ୟ ଯାତ୍ରୀ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରହିଥିଲେ। ଆଜ୍ଞା ହଁ, ଆସନ୍ତୁ ଜାଣିବା ଏପରି ଏକ ଆଶ୍ଚର‌୍ୟ୍ୟ ଘଟଣା ବିଷୟରେ ସଂପୂର୍ଣ୍ଣ ତଥ୍ୟ।

ସୂଚନା ଅନୁଯାୟୀ, ସୋମବାର ଦିନ ମିୟାମିରେ ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ପାଇଁ ସମୁଦ୍ର ତଟରେ ତାହା ଦୁର୍ଘଟଣାଗସ୍ତ ହୋଇଥିଲା। ବିମାନରେ ପାଇଲଟ, ଟ୍ରେନି ଛାତ୍ର ସମେତ ଜଣେ ମହିଳା ଯାତ୍ରା କରୁଥିଲେ। ତେବେ ଦୁର୍ଘଟଣା ଭୟଙ୍କର ହେବା ପରେ ମଧ୍ୟ ଯାତ୍ରୀ ମାନଙ୍କର କିଛି ହୋଇନଥିଲା। ସମୁଦ୍ର ପାଖରେ ଥିବା କିଛି ଲୋକ ସେହି ୪ଯାତ୍ରୀଙ୍କୁ ରକ୍ଷା କରିଥିଲେ।

ହେଲଓଭର ସମୁଦ୍ରତଟରେ ରହିଥିବା ପ୍ରତ୍ୟୋକ୍ଷଦର୍ଶୀଙ୍କ କହିବା ମୁତାବକ, ହଠାତ୍ ଏକ ବିମାନ ତଳ ଆଡ଼କୁ ଖୁବ ତୀବ୍ର ଗତିରେ ଆସୁଥିବା ନଜର ଆସିଥିଲା। ବୋଧହୁଏ ଇଞ୍ଜିନରେ କୌଣସି ପ୍ରକାରର ଅସୁବିଧା ରହିଥିଲା। ଏହି ସମୟରେ ପାଇଲଟ ଖୁବ ଚାଲାକ ଭାବେ ସମୁଦ୍ର ଏବଂ ବାଲିର ମଝିଆମଝି ବିମନକୁ ଓହ୍ଲାଇଥିଲେ। ଯାହାଫଳରେ କାହାର କିଛି କ୍ଷତି ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ତେବେ ସେହି ସମୟରେ ସମୁଦ୍ରତଥରେ ୧୫୦ରୁ ଅଧିକ ଦର୍ଶକ ରହିଥିଲେ ଯେଉଁମାନେ ଯାତ୍ରୀଙ୍କୁ ରକ୍ଷା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.