Below header

ଲକ୍ଷ୍ନୌ ଟ୍ରକ୍ ଦୁର୍ଘଟଣା , ୭ ଜଣ ଶିଶୁ ପ୍ରାଣ ହରାଇଥିବା ସୂଚନା

ଆଜି ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଛି ଏକ ଦୁର୍ଘଟଣା । ଏଥିରେ ୭ ଜଣ ଶିଶୁ ପ୍ରାଣ ହରାଇଥିବା ଆଶଂକା କରାଯାଉଛି । ୨୯ ଜଣଙ୍କୁ ନେଇ ଯାଉଥିବା ଏକ ମିନି ଟ୍ରକ୍ ଏକ କେନାଲ ଭିତରକୁ ଖସି ପଡ଼ିଥିଲା । ରାୟବରେଲି ଏବଂ ଲକ୍ଷ୍ନୌର ସୀମାନ୍ତ ସମେସୀ ଗାଁ ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ବିବାହ ଉତ୍ସବ ସାରି ଗାଁ ଲୋକ ମିନି ଟ୍ରକ୍ରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।

ଗାଡିରେ ଥିବା ୨୯ ଜଣଙ୍କ ମଧ୍ୟରୁ ୨୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ସାତ ଜଣ ଶିଶୁ ନିଖୋଜ ହୋଇ ଯାଇଥିଲେ । ସ୍ଥାନୀୟ ପୋଲିସ ସହାୟତାରେ ଏସଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲା । ପାଣିର ସ୍ରୋତ ପ୍ରଖର ଥିବାରୁ ନିଖୋଜଙ୍କ ପତ୍ତା ମିଳି ନଥିବା ବେଳେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଆଶଂକା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.