ପାକିସ୍ତାନକୁ ଧୂଳି ଚଟାଇବା ପରେ ନୂଆ ଲୁକରେ ଚୁଟି କାଟିଲେ ଭାରତୀୟ କ୍ରୀକେଟ ଖେଳାଳି, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲଣ୍ଡନ: କ୍ରିକେଟ ବିଶ୍ବକପର ଲଢେଇରେ ଭାରତର ପଦର୍ଶନ ଏପର୍ଯ୍ୟନ୍ତ ଦମଦାର ରହି ଆସିଛି। ନ୍ୟୁଜଲାଣ୍ଡ ବିପକ୍ଷରେ ଖେଳିବାକୁଥିବା ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ। ତିନୋଟି ଦେଶ ସହ ମ୍ୟାଚରେ ବିଜୟ ହାସଲ କରି ସାରିଛି ଭାରତ। ତେବେ ସବୁଠାରୁ ରୋଚକ ମ୍ୟାଚ ଥିଲା ପାକିସ୍ତାନ ସହ ଭାରତର। କାରଣ ଏହି ମ୍ୟାଚଟି ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଠାରୁ ଆଶାତିତ ସଫଳତା ହାସଲ କରି ଭାରତକୁ ବିଜୟର ସ୍ବାଦ ଚଖାଇଥିଲା ବିରାଟ ବାହିନୀ।

ଏହି ମ୍ୟାଚ ପରେ ଅର୍ଥାତ ଜୁନ ୨୨ ଶନିବାର ଦିନ ଭାରତ ତାର ଆଗାମୀ ମ୍ୟାଚ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଯାଉଛି। ପାକିସ୍ତାନକୁ ପରାସ୍ତ କରି ଅଫାଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ୫ଦିନର ସମୟ ରହିଛି। ତେଣୁ ଏହି ଲିଜର ସମୟରେ ଭାରତର ଖେଳାଳି ମାନେ ନିଜର ଚୁଟିକୁ ଏକ ଷ୍ଟାଇଲିଷ୍ଟ ଲୁକ ଦେଇଛନ୍ତି।ଏହି ହେୟାର କଟକୁ ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଆଲିମ୍ ହାକିମ୍ କରିଛନ୍ତି। ଏହି ଖେଳାଳି ମାନଙ୍କ ନୂଆ ହେୟାର ଷ୍ଟାଇଲ ସହ ହାକୀମ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋର ହାକିମ୍ ଖେଳାଳି ମାନଙ୍କ ହେୟାର କଟ କରୁଥିବାର ଦେଖିବାକୁ ମିଳିଛି।

ହାକିମ୍ ଯେଉଁ ଫଟୋ ଶେୟାର କରିଛନ୍ତି, ସେଥିରେ ମହେନ୍ଦ୍ର ସିଂହ ଧୋନି, ହାର୍ଦ୍ଦିକ ପାଣ୍ଡ୍ୟା ଓ ୟୁଜବେନ୍ଦ୍ର ଚହଲ୍ ଅଛନ୍ତି। ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁଣ୍ଡର ଉପରି ଭାଗ ବଡ଼ ଓ ସାଇଡରେ ଛୋଟ ଛୋଟ ଚୁଟି ରଖିଛନ୍ତି। ଦୁହିଁଙ୍କ ଏହି ନୂଆ ଲୁକ୍ ବହୁତ ଆକର୍ଷଣିୟ ହୋଇଛି। ସେହିପରି ବିରାଟ କୋହଲି ଓ ଚହଲ୍ ଛୋଟ ଛୋଟ ଚୁଟି ରଖିଛନ୍ତି, ଯାହା ଭାରତୀୟ ଟିମର ଏକ ଟ୍ରେଣ୍ଡ ହୋଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.