Below header

କୁଲ୍ଲୁ ବସ ଦୁର୍ଘଟଣା : ମୃତକଙ୍କ ସଂଖ୍ୟା ବଢ଼ି ୩୫ରେ ପହଞ୍ଚିଲା, ଗୁରୁତର ଆହତ ୩୪ଜଣ

ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ୨୦୦ ମିଟର ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଏଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୪ ଜଣ ଗୁରୁତର ଆହତ ହୋଇଛନ୍ତି । ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ ଅପରାହ୍ଣ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ପ୍ରାୟ ୭୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସଟି ଯାତ୍ରା କରୁଥିବା ବେଳେ ବଞ୍ଜାର ସବଡିଭିଜନ୍ ଅଞ୍ଚଳରେ ଦୁର୍ଘଟଣା ଘଟିଥିଲା ।

kullu-bus-accident

୨୦୦ ମିଟର ତଳକୁ ଖସି ପଡିଥିବା ବସଟି ଭାଂଗିରୁଜି ଚୁରମାର ହୋଇ ଯାଇଛି । ଭଂଗା ବସ୍ ଭିତରୁ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ସହ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଗୁରୁତରମାନଙ୍କୁ ବଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଂକା କରାଯାଉଛି । ବନଜାରା ବସଷ୍ଟାଣ୍ଡରୁ ମାତ୍ର ଦୁଇ କିଲୋମିଟର ଯିବା ପରେ ବସଟି ଖାତରେ ଖସି ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.