ଏକତା କପୁରଙ୍କ ୱେବ ସିରିଜ ସେଟରେ କଳାକାରଙ୍କୁ ମାରପିଟ, ଦୁବୃର୍ତ୍ତଙ୍କୁ ଗିରଫ କରିଛି ପୋଲିସ

ମୁମ୍ବାଇ : ଅଲଟ ବାଲାଜୀର େଓ୍ଵବ ସିରିଜ ଫିକ୍ସର ସେଟ୍ରେ ମାଡପିଟ କରିଥିବା ଦୁବୃର୍ତ୍ତଙ୍କୁ ଗିରଫ କରିଛି ଥାନେ ପୋଲିସ। ଗୁରୁବାର େଓ୍ଵବ ସିରିଜ୍ ଫିକ୍ସର ସୁଟିଂ ସେଟରେ କାଷ୍ଟ ଓ କ୍ରୁ ମେମ୍ବରଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ। ବାଡି ଓ ରଡରେ ସେଟ୍ ଭାଙ୍ଗିବା ସହ ସୁଟିଂ ସେଟର ଲୋକ ଏବଂ କଳାକାରଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ପ୍ରାୟ ୧୦ଜଣ କ୍ରୁ ମେମ୍ବର ଆହତ ହୋଇଥିଲେ।

େଓ୍ଵବ ସିରିଜ୍ ଅଭିନେତ୍ରୀ ମାହି ଗିଲ ଦୌଡି ଦୁର୍ବୃତ୍ତମାନଙ୍କ ଠାରୁ ନିଜ ଜୀବନ ବଞ୍ଚେଇବାରେ ସଫଳ ହୋଇଥିଲେ। ଥାନେର ଅଲଗା ଅଲଗା ସ୍ଥାନରୁ ପୋଲିସ ୩ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଥିବା କହିଛନ୍ତି ପୋଲିସ ଅଧିକାରୀ।

 

View this post on Instagram

 

V v sad ! Violence on sets of #fixer

A post shared by Erk❤️rek (@ektaravikapoor) on