ଟାଟା ସ୍କାଏ ଲଞ୍ଚ କରିଛି ନୂଆ ପ୍ୟାକ୍, ୬ମାସର ବୈଧତା ସହ ମିଳିବ ଅନେକ ଫାଇଦା

ଏବେ ଦେଶରେ ବିଭିନ୍ନ ଡାଏରେକ୍ଟ ଟୁ ହୋମ୍ (ଡିଟୁଏଚ୍) କମ୍ପାନୀ ଗୁଡିକ ଅଧିକ ସମୟ ବୈଧତା ବିଶିଷ୍ଟ ପ୍ଳାନ ଲଞ୍ଚ କରୁଛନ୍ତି। ଏନେଇ ଏବେ ଏକ ନୂଆ ପ୍ଳାନ ଲଞ୍ଚ କରିଛି ଟାଟା ସ୍କାଏ । ଯାହାର ବୈଧତା ରହିଛି ୬ମାସ। ରିପୋର୍ଟ ମୁତାବକ, ଟାଟା ସ୍କାଏର ଏହି ପ୍ୟାକର ପ୍ରାରମ୍ଭିକ ମୂଲ୍ୟ ୨,୦୦୭ ଟଙ୍କା ରହିଛି। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଏବେ ନିକଟରେ ଟାଟାସ୍କାଏ ନିଜର ମଲ୍ଟି ଟିଭି ପ୍ଳାନ ବନ୍ଦ କରିବା ସହ ଆରମ୍ଭ କରିଥିଲା ରୁମ୍ ଟିଭି ସର୍ଭିସ୍। ଆସନ୍ତୁ ଜାଣିବା କଣ ରହିଛି ଟାଟା ସ୍କାଏର ଏହି ୬ମାସ ବୈଧତା ବିଶିଷ୍ଟ ପ୍ଳାନ।

ପ୍ରଥମ ପ୍ଳାନ ୨୦୦୮ ଟଙ୍କା ହିନ୍ଦୀ ବେସିକ୍ ସେମୀ ଏନୁଆଲ ପ୍ୟାକ୍ ରହିଛି। ଏହା ବ୍ୟତୀତ ଗୁଜରାତୀ ହିନ୍ଦୀ ଏନୁଆଲ ପ୍ୟାକର ମୂଲ୍ୟର ୨୦୦୭ଟଙ୍କା ରହିଛି। ଟାଟା ସ୍କାଏର ମରାଠୀ ହିନ୍ଦୀ ବେସିକ୍ ସେମୀ ଏନୁଆଲ ପ୍ୟାକର ମୂଲ୍ୟ ୨,୦୨୯ ଟଙ୍କା ଏବଂ ଏଚଡିର ପ୍ୟାକର ମୂଲ୍ୟ ୨,୮୪୦ ଟଙ୍କା ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଗତ ମାସ ଟାଟାସ୍କାଏ ୪୯ ଟଙ୍କା ବିଶିଷ୍ଟ ପ୍ଳାନ ଲଞ୍ଚ କରିଥିଲା। ଏହାକୁ ଖାସ ବଙ୍ଗାଲୀ ଗ୍ରାହକଙ୍କ ପାଇଁ ଲଞ୍ଚ କରାଯାଇଥିଲା।

Leave A Reply

Your email address will not be published.