Below header

ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ସମ୍ଭାଳିଲେ ଟ୍ରାଫିକ ବ୍ୟବସ୍ଥା, ମାଇକ ଯୋଗେ ହଟାଇଲେ ଜାମ୍‌

ରାଜନାଥ ସିଂଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ହଜତଗଂଜରେ ଲୋକଙ୍କ ଭିଡ ଯୋଗୁଁ ଟ୍ରାଫିକ ଜାମ୍‌ ହୋଇଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମାଇକ ନେଇ ଟ୍ରାଫିକ ନିୟନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

କେନ୍ଦ୍ର ରକ୍ଷା ମନ୍ତ୍ରୀ ତଥା ଲକ୍ଷ୍ନୌ ଲୋକସଭା ସିଟର ବିଜେପି ପ୍ରାର୍ଥୀ ରାଜନାଥ ସିଂ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଉ ଏହି ସମୟର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାଫିକ ବ୍ୟବସ୍ଥା ସମ୍ଭାଳୁଥିବାର ନଜର ଆସିଛନ୍ତି । ରାଜନାଥ ସିଂଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ହଜତଗଂଜରେ ଲୋକଙ୍କ ଭିଡ ଯୋଗୁଁ ଟ୍ରାଫିକ ଜାମ୍‌ ହୋଇଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମାଇକ ନେଇ ଟ୍ରାଫିକ ନିୟନ୍ତ୍ରଣ କରିଥିବାର ଦେଖିବାକୁ ମିଳିଛି ।

ରାଜନାଥ ସିଂଙ୍କ ରୋଡ ଶୋ ସମୟରେ ରଥ ଉପରେ ଯୋଗୀଙ୍କ ବ୍ୟତୀତ ପୁଷ୍କର ସିଂ ଧାମି ଏବଂ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ କେଶବ ମୌର୍ଯ୍ୟଙ୍କ ସମେତ ଅନେକ ବିଜେପି ନେତା ସାମିଲ ଥିଲେ । ଏହି ସମୟରେ ଟ୍ରାଫିକ ଜାମ୍‌ ହୋଇଯାଇଥିଲା । ଫଳରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ମାଇକ ନେଇ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ଏବଂ ଟ୍ରାଫିକ ବ୍ୟବସ୍ଥାକୁ ଠିକ୍‌ କରିଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ରକ୍ଷା ମନ୍ତ୍ରୀ ନାମାଙ୍କନ ସମୟରେ ବିଜେପି ପ୍ରଦେଶ ମୁଖ୍ୟାଳୟରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରୋଡ ଶୋ କରିବାର ଥିଲା । ଏହି ରୋଡ ଶୋରେ ସାମିଲ ହେବା ପାଇଁ ହଜାର ହଜାର ଲୋକ ଆସିଥିଲେ । ଏହି ସମୟରେ ଲୋକେ ଫୁଲ ବର୍ଷା କରିଥିଲେ । ନାମାଙ୍କନ ଦାଖଲ କରିବା ପୂର୍ବରୁ ରାଜନାଥ ସିଂ ଲକ୍ଷ୍ନୌ ହନୁମାନ ସେତୁ ମନ୍ଦିରକୁ ଯାଇ ପୂଜା କରିଥିଲେ । ଏହାପରେ ଭଗବାନ ଶିବଙ୍କ ଅଭିଷେକ କରି ହନୁମାନ ମନ୍ଦିରର ଦର୍ଶନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.