Below header

କରୋନାର ମହାସଙ୍କଟ ସମୟରେ ମଧ୍ଯ ‘ମେଡ ଇନ୍ ଚାଇନା’ ଟେଷ୍ଟ କିଟ୍ ଦେଉଛି ଧୋକା, ଏବେ କାନ୍ଦୁଛି ସ୍ପେନ୍

ସାଧାରଣତଃ ଯେକୌଣସି ଜିନିଷ ମେଡ ଇନ୍ ଚାଇନା ଦେଖିବା ମାତ୍ରେ ଆମ ମନରେ ଏକ ପ୍ରଶ୍ନ ଉଠିଥାଏ ଏହାର ଗୁଣବତ୍ତାକୁ ନେଇ । କାରଣ ଅଧିକାଂଶ ସମୟରେ ଏହି ଜିନିଷ ଆମକୁ ଧୋକା ଦେଇ ଦେଇଥାଏ । ତେବେ ସାରା ବିଶ୍ୱରେ ଏଭଳି ସଂକଟ ସମୟରେ ମଧ୍ଯ ଚାଇନା ପ୍ରସ୍ତୁତ ଜିନିଷ ଧୋକା ଦେଇଛି । ସେ ପୁଣି ଆଉ କିଛି ନୂହେଁ ଯାହାକୁ ନେଇ ସାରା ବିଶ୍ୱରେ ଭୟ ସେହି ଜିନିଷ ‘କରୋନା କିଟ୍’ । କରୋନାର ମହାସଙ୍କଟ ମଧ୍ୟରେ ଏହାର ଏକ ତାଜା ଉଦାହରଣ ଦେଖିବାକୁ ମିଳିଛି ସ୍ପେନରେ । ସୂଚନା ଅନୁଯାୟୀ ସ୍ପେନରେ ତାଣ୍ଡବଲୀଳା ରଚୁଥିବା କରୋନାକୁ ଅତିଶୀଘ୍ର ଯାଞ୍ଚ କରିବା ପାଇଁ ଦେଶ ଚୀନଠାରୁ କିଣିଥବା ଯାଞ୍ଚ କିଟ୍ ପଜିଟିଭ ରୋଗୀଙ୍କୁ ଚିହ୍ନଟ କରିପାରୁନାହିଁ । ଯାହାଦ୍ୱାରା କରୋନା ସଂକଟରୁ ମୁକ୍ତି ପାଇବା ପାଇଁ ଭାବୁଥିବା ସ୍ପେନକୁ ବହୁତ୍ ବଡ ଝଟକା ଲାଗିଛି ।

ସୂଚନା ମୁତାବକ ୧୦ ରୁ ୧୫ ମିନିଟ୍ ମଧ୍ୟରେ ରୋଗୀ ଚିହ୍ନଟ କରୁଥିବା ଏହି ଚୀନି ଯାଞ୍ଚକିଟକୁ ନେଇ ସ୍ପେନର ମାଇକ୍ରୋବାୟୋଲୋଜି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ତେବେ ଚୀନ ଯାଞ୍ଚ କିଟ୍ ସେହି ସମୟରେ ଧୋକା ଦେଇଛି ଯେତେବେଳେ ସାରା ବିଶ୍ୱରେ ୟୁରୋପିୟ ଦେଶ ଗୁଡିକ ସବୁଠାରୁ ଅଧିକ କରୋନା ଦ୍ଵାରା ପ୍ରଭାବିତ ହୋଇଛନ୍ତି । ଇଟାଲି ପରେ ସ୍ପେନରେ ସବୁଠାରୁ ଅଧିକ ଲୋକ କରୋନା ପାଇଁ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ଯାଞ୍ଚ କିଟକୁ ଚୀନି କମ୍ପାନୀ ବାୟୋଇଜି ପ୍ରସ୍ତୁତ କରିଛି ବୋଲି ସୂଚନା ମିଳିଛି ଏବଂ ସ୍ପେନ୍, ଦକ୍ଷୀଣ କୋରିଆ ଓ ଚୀନ ଠାରୁ ୬,୪୦,୦୦୦ ଯାଞ୍ଚକିଟ କିଣିଛି ।

कोरोना महासंकट में 'मेड इन चाइना' टेस्‍ट किट ने स्‍पेन को दिया धोखा, करोड़ों यूरो का लगा चूना

ଏହି ମହାସଙ୍କଟରୁ ମୁକ୍ତି ପାଇବା ପାଇଁ ସ୍ପେନ୍ ଚୀନରୁ ଅତିଶୀଘ୍ର ଯାଞ୍ଚ କରୁଥିବା କିଟ୍ ମଗାଇଥିଲା ଯାହାକି କେବଳ ୩୦ ଜଣ ରୋଗୀଙ୍କର ସଠିକ ଯାଞ୍ଚ କରିପାରୁଛି । ଯଦିଓ ଏହା ଅତିକମରେ ୮୦ ଜଣଙ୍କର ସଠିକ ଯାଞ୍ଚ କରିବା କଥା । ତେବେ ଚୀନି ଯାଞ୍ଚ କିଟର ଭୁଲ ରିପୋର୍ଟ ପରେ ସ୍ପେନ୍ ସ୍ଵାସ୍ଥ୍ଯ ବିଭାଗ ଏହାକୁ ବ୍ୟବହାର କରିବା ବନ୍ଦ କରିଦେଇଛି ।

କେବଳ ସେତିକି ନୂହେଁ ବର୍ତ୍ତମାନ ଚେକ୍ ରିପବ୍ଲିକ୍ ମଧ୍ଯ ଚୀନର ଏହି ଯାଞ୍ଚକିଟକୁ ବେକାର ବୋଲି କହିଛି । ଏହା ମଧ୍ୟରେ ସ୍ପେନ୍ ଚୀନକୁ ନିଜର ଯାଞ୍ଚ କିଟ୍ ଫେରାଇ ନେବାପାଇଁ କହିଛି କାରଣ ଚୀନର ଏହି ଧୋକା ପାଇଁ ଏବେ ସ୍ପେନ୍ ଏହି ସଙ୍କଟରୁ ମୁକ୍ତି ପାଇବା ବଦଳରେ ତାକୁ ଆଉ ଏକ ଶକ୍ତ ଝଟକା ଲାଗିଛି । ସୁଚନା ଅନୁଯାୟୀ ସ୍ପେନରେ ବର୍ତ୍ତମାନ୍ କରୋନା ଯୋଗୁଁ ୪୩୬୫ ଜଣ ଲୋକ ମୃତ୍ୟୁବରଣ କରିଥିବା ବେଳେ ୫୭,୭୮୬ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଦିନକୁ ଦିନ ସ୍ପେନରେ କରୋନାର ପ୍ରଭାବ ବଢ଼ି ବଢ଼ି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.