ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଲକ୍ ଡାଉନର ପ୍ରଭାବ, ବାଉଁଶ ପକାଇ ବନ୍ଦ କଲେ ୨୦ଟି ଗାଁର ମୁଖ୍ୟ ରାସ୍ତା

କେନ୍ୟୁଜ୍: କରୋନାକୁ ନେଇ ଜାରି ହୋଇଥିବା ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ଗ୍ରାମାଂଚଳରେ। କାକଟପୁର ଅସ୍ତରଙ୍ଗ ଅଂଚଳର ଅନେକ ଗାଁ ମୁଖ୍ୟ ରାସ୍ତାରେ ଗ୍ରାମବାସୀ ବାଡ ପକାଇ ରାସ୍ତା ବନ୍ଦ କରି ଦେଇଛନ୍ତି । ପ୍ରତି ଗାଁର ଲୋକେ ୨୧ ଦିନ ପାଇଁ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

closedଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅସ୍ତରଙ୍ଗ ଓ କାକଟପୁର ଅଂଚଳର ୨୦ଟି ଗାଁରେ। ବାଦ ପଡିଥିବା ଗାଁକୁ ବାହାରୁ ଆସୁଥିବା କୌଣସି ଅଚିହ୍ନ ଲୋକଙ୍କୁ ଛଡା ଯାଉ ନାହିଁ। ଆବଶ୍ୟକ ନଥିଲେ ଗାଁର କୌଣସି ବ୍ୟକ୍ତିକୁ ବାହାରକୁ ଛଡା ଯାଉନାହିଁ। କେତେକ ଘର ଦୁଆର ମୁହଁରେ ‘ମୋ ଜୀବନ’ ଶପଥ ବ୍ୟାନର ମରାଯାଇ ବାଡ ପଡିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.