Below header

କଟକ ବାଦାମବାଡିକୁ ସ୍ଥାନାନ୍ତରିତ ହେଲେ ଛତ୍ରବଜାରର ୩ ଶହ ଖୁଚୁରା ପରିବା ବ୍ୟବସାୟୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଗଲା ଏହି ପଦକ୍ଷେପ

କଟକ: କଟକ ବାଦାମବାଡିକୁ ସ୍ଥାନାନ୍ତରିତ ହେଲେ ଛତ୍ରବଜାରର ୩ ଶହ ଖୁଚୁରା ପରିବା ବ୍ୟବସାୟୀ । ସାମାଜିକ ଦୂରତ୍ୱ ପାଳନରେ ଅବହେଳାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାଦାମବାଡି ମୁଖ୍ୟ ରାସ୍ତା ଉପରେ ପରିବା ବିକ୍ରି କରାଯିବ । ତେବେ ହୋଲ୍‌ସେଲ୍‌ ପରିବା ବ୍ୟବସାୟୀ ଛତ୍ରବଜାରରେ ରହିବେ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । ସେପଟେ ପେଟନାଳ ମୁଖ୍ୟ ରାସ୍ତା ଉପରକୁ ସ୍ଥାନାନ୍ତର ହୋଇଛି କୃଷକ ବଜାର । ଲୋକମାନେ ସାମାଜିକ ଦୂରତ୍ୱ ବଜାୟ ନରଖୁଥିବାରୁ କମିଶନରେଟ୍‌ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.