Below header

ପଞ୍ଜାବରେ ୩.୨ ତୀବ୍ରତାର ଭୂକମ୍ପ, ହିମାଚଳ ପର୍ଯ୍ୟନ୍ତ ଝଟକା ଅନୁଭୂତ

ଲଗାତାର କିଛିଦିନ ହେଲାଣି ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଗତକାଲି ରାତିରେ ପଞ୍ଜାବର ରୁପନଗରରେ ୩.୨ ତୀବ୍ରତାର ଭୂକମ୍ପ ଆସିଛି । ଭୂକମ୍ପ ଝଟକା ପରେ ସମସ୍ତ ଲୋକ ଭୟରେ ଘର ବାହାରକୁ ଦୌଡିଥିଲେ ।

ଦେଶର ବିଭିନ୍ନ ରାଜ୍ୟରେ ଗତ କିଛିଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିଲ୍ଲୀ ପରେ ଏବେ ପଞ୍ଜାବର ରୁପନଗରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଝଟକା ରାତି ୧.୧୩ ରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପର ଗଭୀରତା ୧୦ କିମି ତଳେ ରହିଛି । ଭୂକମ୍ପ ମନିଟରିଂ ସେଣ୍ଟର ଅନୁଯାୟୀ, ଧନ-ଜୀବନ ନଷ୍ଟ ହେବାର କୌଣସି ଖବର ନାହିଁ । ଭୂକମ୍ପର ଗଭୀରତା ନିକଟସ୍ଥ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା ।

ମଙ୍ଗଳବାର ସନ୍ଧ୍ୟା ୬.୫୨ ସମୟରେ ଜମ୍ମୁ କଶ୍ମୀରର କିସ୍ତଓ୍ଵାଡାରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୫ ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଅଯୋଧ୍ୟାଠାରୁ ୨୧୫ କିଲୋମିଟର ଉତ୍ତରରେ ୧୦ କିଲୋମିଟର ଗଭୀରରେ ଥିଲା ।


ସୂଚନାଯୋଗ୍ୟ, ଗତ ସୋମବାର ଉତ୍ତରପ୍ରଦେଶର ପିଥୋରାଗଡ ଜିଲ୍ଲାର ଅନେକ ଅଞ୍ଚଳରେ ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା । ନେପାଳରେ ୬.୪ ତୀବ୍ରତାର ଭୂକମ୍ପ ଯୋଗୁଁ ଅତି କମରେ ୧୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।

ଗତକାଲି ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ସକାଳ ୫.୩୨ ରେ ହୋଇଥିଲା । ଏହାର ତୀବ୍ରତା ୪.୨ ରହିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଥିଲା । ଏହି ଭୂକମ୍ପରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.