Below header

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ଆଜି ଲୋକସଭା ଏଥିକ୍ସ କମିଟି ନିକଟରେ ହାଜର ହେବେ ସାଂସଦ ମହୁଆ ମୋଇତ୍ରା

ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭା ଏଥିକ୍ସ କମିଟି ନିକଟରେ ହାଜର ହେବେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା। ତିନିଟି ମନ୍ତ୍ରାଳୟର ସୂଚନା ଆଧାରରେ ତାଙ୍କୁ ପ୍ରଶ୍ନ କରାଯିବ । ଆସନ୍ତା ୫ ତାରିଖରେ ହାଜର ହେବାକୁ ଅନୁରୋଧ କରିଥିଲେ ମହୁଆ । କିନ୍ତୁ ଆଜି ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାଧିକାର କମିଟି ।

ନୂଆଦିଲ୍ଲୀ : ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଆଜି ଲୋକସଭା ଏଥିକ୍ସ କମିଟି ନିକଟରେ ହାଜର ହେବେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା । ତିନିଟି ମନ୍ତ୍ରାଳୟର ସୂଚନା ଆଧାରରେ ତାଙ୍କୁ ପ୍ରଶ୍ନ କରାଯିବ । ଆସନ୍ତା ୫ ତାରିଖରେ ହାଜର ହେବାକୁ ଅନୁରୋଧ କରିଥିଲେ ମହୁଆ । କିନ୍ତୁ ଆଜି ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାଧିକାର କମିଟି । ହାଜର ହେବାର ଦିନକ ପୂର୍ବରୁ ବଡ଼ ତଥ୍ୟ ସାମନାକୁ ଆସିଛି । ଦୁବାଇରୁ ୪୭ ଥର ମହୁଆଙ୍କ ଆଇଡିରେ ଲଗ୍ ଅନ୍ କରାଯାଇଥିବା ସୂଚନା ମିଳିଛି । ଯେତିକି ଥର ଲଗଅନ୍ ହୋଇଛି ସେତିକି ଥର ସଂସଦରେ ପ୍ରଶ୍ନ ପଚରା ଯାଇଛି ।

ଏହାକୁ ନେଇ ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କୁ ଟାର୍ଗେଟ କରିଛନ୍ତି । ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ସାଂସଦ ମହୁଆ ଲାଞ୍ଚ ନେଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ। ଆଇନଜୀବୀ ଜୟ ଅନନ୍ତ ଦେହାଦରାଇ ଦେଇଥିବା ପ୍ରମାଣକୁ ଭିତ୍ତି କରି ନିଶିକାନ୍ତ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଲୋକସଭା ବାଚସ୍ପତି ଏହି ମାମଲାକୁ ସ୍ୱାଧିକାର କମିଟିକୁ ହସ୍ତାନ୍ତର କରିଥିଲେ। ମହୁଆ ନିକଟରେ ସଂସଦରେ ପଚାରିଥିବା ୬୧ଟି ପ୍ରଶ୍ନ ଭିତରୁ ୫୦ଟି ଅଦାନୀ ଗ୍ରୁପ ଉପରେ କେନ୍ଦ୍ରିତ ଥିଲା । ସେ ଲାଞ୍ଚ ନେଇ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିଥିଲେ ନିଶିକାନ୍ତ ଦୁବେ । ଅନ୍ୟପଟେ ମହୁଆ କହିଛନ୍ତି, ହୀରାନନ୍ଦାନି ଓ ଦେହାଦରାଇଙ୍କୁ ଜେରା କରାଯାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.