ଇଣ୍ଡୋନେସିଆ ରେ ୬.୧ ତୀବ୍ରତାର ଭୂମିକମ୍ପ, ଘରଦ୍ୱାର କ୍ଷତିଗ୍ରସ୍ତ

ଭୂମିକମ୍ପ ଝଟକାରେ ପୁଣି ଥରିଲା ଇଣ୍ଡୋନେସିଆ । ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂମିକମ୍ପ । ଫଳରେ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇଛନ୍ତି ।

ଇଣ୍ଡୋନେସିଆ ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ଝଟକାରେ ପୁଣି ଥରିଲା ଇଣ୍ଡୋନେସିଆ । ଫଳରେ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇଛନ୍ତି । ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ତୁରନ୍ତ ମିଳି ପାରିନାହିଁ । କିଛି ଲୋକ ଆହତ ହୋଇଥିବା ଖବର ମିଳିଛି ।

ୟୁଏସଜିଏସ୍‌ ରିପୋର୍ଟ ମୁତାବକ, ଇଷ୍ଟ୍ ନୁସା ତେଙ୍ଗାରା ପ୍ରଦେଶର ରାଜଧାନୀ ନଗରୀ କୁପାଙ୍ଗ୍ର ଉତ୍ତର-ଉତ୍ତରପୂର୍ବକୁ ୨୧ କିଲୋମିଟର୍ ଦୂର ଏବଂ ଭୂଗର୍ଭର ୩୬.୧ ଗଭୀର ଭୂମିକମ୍ପର ଉତ୍ପତ୍ତିସ୍ଥଳ ରହିଛି । ଭୂକମ୍ପ ହେବା ପରେ କେତେକ ସହର ଓ ଗ୍ରାମରେ ତୀବ୍ର କମ୍ପନ ଅନୁଭୂତ ହୋଇଥିଲା । ଫଳରେ ଲୋକମାନେ ଆତଙ୍କିତ ହୋଇ ଯାଇଥିଲେ ।

ଇଣ୍ଡୋନେସିଆରେ ସବୁବେଳେ ଭୂକମ୍ପ, ଜ୍ୱାଳାମୁଖୀ ବିସ୍ଫୋରଣ ଏବଂ ସୁନାମୀ ହୋଇଥାଏ । ଇଣ୍ଡୋନେସିଆରେ ଗତଥର ୫.୬ ତୀବ୍ରତାର ପଶ୍ଚିମ ଜାଭାର ସିୟାନଜୁର ସହରରେ ଅତିକମରେ ୬୦୨ ଲୋକଙ୍କ ଜୀବନ ଚାଲିଯାଇଥିଲା । ୨୦୧୮ରେ ମଧ୍ୟରେ ସୁନାମୀ ଏବଂ ଭୂକମ୍ପ ଆସି ୪,୩୦୦ ଅଧିକ ଲୋକ ମରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.