Below header

ଇଡିରେ ହାଜର ହେବେନି ଅରବିନ୍ଦ କେଜ୍ରିୱାଲ୍ , କହିଲେ ଇଡି ନୋଟିସ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ

ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନୋଟିସ୍‌ କରିଥିଲା। ଆଜି କେଜ୍ରିୱାଲଙ୍କୁ ଜେରା ହେବାକୁ ଥିବାବେଳେ ସେ ହାଜର ହେବେନି ବୋଲି ମନା କରିଛନ୍ତି।

ନୂଆଦିଲ୍ଲୀ : ଇଡିରେ ହାଜର ହେବେନି । ରାଜନୈତିକ ରୋଡ ସୋ କରିବେ ଅରବିନ୍ଦ କେଜ୍ରିୱାଲ୍ । ଆଜି ଇଡିରେ ହାଜର ହେବେ ନାହିଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ମଧ୍ୟପ୍ରଦେଶରେ ଏକ ରୋଡ୍ ସୋ କରିବେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ସିଙ୍ଗରୁଲିରେ ରୋଡ୍ ସୋ କରିବେ କେଜ୍ରିୱାଲ୍ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ହାଜର ହେବାକୁ ତାଙ୍କୁ ସମନ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ କେସରେ ହାଜର ହେବାକୁ ନୋଟିସ୍ ହୋଇଥିଲା ।

ଆଜି କେଜ୍ରିୱାଲ ହାଜର ହେଉନଥିବା ବେଳେ ତାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ବିଜେପିକୁ ଟାର୍ଗେଟ କରିଥିଲେ । ସମନକୁ ବେଆଇନ୍ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କରିଛନ୍ତି । ନୋଟିସ୍ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ । ୪ଟି ରାଜ୍ୟରେ କିଭଳି ନିର୍ବାଚନ ପ୍ରଚାର କରିପାରିବେ ନାହିଁ ସେଥିପାଇଁ ନୋଟିସ୍ ହୋଇଛି । ତୁରନ୍ତ ସମନ୍ ପ୍ରତ୍ୟାହାର କରୁ ବୋଲି ଦାବି କରିଛନ୍ତି କେଜ୍ରିୱାଲ୍ । ପୂର୍ବରୁ ଗତ ଏପ୍ରିଲରେ କେଜ୍ରିୱାଲଙ୍କୁ ୯ ଘଣ୍ଟା ପଚରାଉଚରା କରିଥିଲା ସିବିଆଇ । ଅନ୍ୟପଟେ ଆଜି ସକାଳୁ ସକାଳୁ କେଜରିୱାଲଙ୍କ ଆଉ ଜଣେ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଅଫିସ ଓ ଘରେ ମଧ୍ୟ ଇଡି ଚଢ଼ାଉ କରିଛି । ତାଙ୍କ ଘର ସମେତ ୯ଟି ଜାଗାରେ ଚଢ଼ାଉ ଚାଲିଛି । ୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତି ପ୍ରଣୟନ ଓ କାର୍ଯ୍ୟକାରିତା ଦୁର୍ନୀତି ଅଭିଯୋଗରେ ଏବେ ଜେଲରେ ଅଛନ୍ତି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ୍ ନେତା ସଞ୍ଜୟ ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.