Below header

ଭୁଲ ଖବର ଓ ସସପେନ୍ସ ଭିତରେ ଶେଷରେ ନନ୍ଦିଗ୍ରାମରୁ ମମତା ପରାଜିତ ହୋଇଥିବା ସ୍ପଷ୍ଟ ହେଲା

କୋଲକାତା : ଉତ୍କଣ୍ଠା, ସସପେନ୍ସ ଏବଂ ବିଭ୍ରାନ୍ତି ଭିତରେ ଶେଷରେ ଫଳାଫଳ ଆସିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରି ଯାଇଛନ୍ତି । ପ୍ରଥମେ ଖବର ପ୍ରକାଶ ପାଇଥିଲା ଯେ ସେ ୧୨୦୦ ଭୋଟ୍‌ରେ ଜିତିଛନ୍ତି । ପରେ ଜଣାପଡ଼ିଲା ତାଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ବିଜେପିର ଶୁଭେନ୍ଦୁ ଅଧିକାରୀ ୧୯୫୩ ଖଣ୍ଡ ଭୋଟରେ ମମତାଙ୍କୁ ହରାଇ ଦେଇଛନ୍ତି ।

ମମତା ପରେ କହିଛନ୍ତି ଯେ ମୁଁ ନନ୍ଦିଗ୍ରାମ ଜନତାଙ୍କ ରାୟକୁ ଗ୍ରହଣ କରୁଛି । ତେବେ ଏଠାକାର ଫଳାଫଳ ନେଇ କୋର୍ଟକୁ ଯିବି । କାରଣ ପ୍ରଥମେ ମୁଁ ଜିତିଛି ବୋଲି ଘୋଷଣା ହେଲା । ପରେ କଣ ହେଲା କେଜାଣି ଫଳାଫଳ ବଦଳି ଗଲା।

ଚଳିତ ଥରର ପଶ୍ଚିମ ବଙ୍ଗ ନିର୍ବାଚନରେ ସମସ୍ତଙ୍କ ଦୃଷ୍ଟିରେ ଥିଲା ନନ୍ଦିଗ୍ରାମ ଆସନ । ପୂର୍ବରୁ ଏହି ଆସନଟି ବିଜେପିର ଗଡ଼ ହୋଇଥିବା ବେଳେ ମମତା କିନ୍ତୁ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇଥିଲେ । ଆଉ ଦ୍ଵିତୀୟ ଆସନରୁ ଲଢ଼ିନଥିଲେ । ନିର୍ବାଚନର କିଛି ଦିନ ପୂର୍ବରୁ ହିଁ ଶୁଭେନ୍ଦୁ ତୃଣମୂଳ କଂଗ୍ରେସରୁ ଓହରି ବିଜେପିରେ ଯୋଗ ଦେଇଥିଲେ । ଆଉ ଏହି କାରଣରୁ ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ ଦେଇ ମମତା ନିଜର ଭବାନୀପୁର ଆସନକୁ ଛାଡ଼ି ନନ୍ଦିଗ୍ରାମରେ ନିର୍ବାଚନ ଲଢ଼ିବେ ବୋଲି ନିର୍ଣ୍ଣୟ ନେଇଥିଲେ । ଉଭୟ ପଟରୁ ଜୋରଦାର ନିର୍ବାଚନ ପ୍ରଚାର ହୋଇଥିବା ବେଳେ କାହାର ପଲ୍ଲା ଭାରି ହେବ କିଛି ଆକଳନ କରିବା ଏକ ପ୍ରକାର ଅସମ୍ଭବ ଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.