ଦ କପିଲ ଶର୍ମା ସୋ’ର ଆକ୍ଟର ଅଲ୍ଲୀ ଅଜଗର ପୂର୍ବରୁ ୧୦ ବର୍ଷ ହୋଟେଲରେ କାମ କରିଥିଲେ, ଜାଣନ୍ତୁ ପ୍ରକୃତ କଥା

ଦ କପିଲ ଶର୍ମା ସୋ’ରେ ଥିବା କପିଲଙ୍କ ଆଈ କ୍ୟାରେକ୍ଟର ପ୍ଲେ କରୁଥିବା ଅଲ୍ଲୀ ଅଜଗର ସମସ୍ତଙ୍କ ପସନ୍ଦ । ନିଜର ଅନ୍ଦାଜ ଓ କମିକ ଟାଇମିଙ୍ଗ ପାଇଁ ସେ ଲୋକମାନଙ୍କ ମନ ଜିଣି ପାରିଛନ୍ତି । ତାଙ୍କ କମେଡି ସମସ୍ତଙ୍କ ପସନ୍ଦ। ଆକ୍ଟିଂ ଜରିଆରେ କମେଡ଼ି ଦୁନିଆରେ ନିଜର ସ୍ଥାନ ବନାଇଛନ୍ତି ଏହି ଆକ୍ଟର । କିନ୍ତୁ ଏଥିପାଇଁ ସେ ଅନେକ ସଂଘର୍ଷ କରିଛନ୍ତି । ଅଲ୍ଲୀ ଅଜଗରଙ୍କ ପ୍ରଥମରୁ ହିଁ ଆକ୍ଟିଂ ପ୍ରତି ଦୁର୍ବଳତା ଥିଲା । ସତ କହିବାକୁ ଗଲେ ଏହି ଫେମସ ଆକ୍ଟର ଜଣକ ଆକ୍ଟି ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବା ଆଗରୁ ପାଖାପାଖି ୧୦ ବର୍ଷ ପର୍ଯ୍ୟନ୍ତ ବିଦେଶରେ ହୋଟେଲରେ କାମ କରୁଥିଲେ । ଚାଲନ୍ତୁ ତାଙ୍କର ଏହି ଯାତ୍ରା ସଂପର୍କରେ ଜାଣିବା ଆଉ କିଛି ରୋଚକ ତଥ୍ୟ ।

୧୦ ବର୍ଷ ପର୍ଯ୍ୟନ୍ତ ହୋଟେଲରେ କରିଥିଲେ କାମ:

୨୫ ଜୁଲାଇ ୧୯୬୬ରେ ଅଲ୍ଲୀ ଅଜଗର ଜନ୍ମ ଗ୍ରହଣ କରିଥିଲେ । ମୁମ୍ବାଇରେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ ଶେଷ କରି ବିଦେଶରେ ଯାଇ ଏକ ହୋଟେଲରେ କାମ କରିବା ଆରମ୍ଭ କଲେ । ଏହାପରେ ସେ ବିଦେଶରେ ଅନେକ ହୋଟେଲରେ ମଧ୍ୟ କାମ କରିଥିଲେ । କିନ୍ତୁ ଆକ୍ଟି ପ୍ରତି ଦୁର୍ବଳତାଥିବା କାରଣରୁ ସେ କିଛି ବର୍ଷ ବିଦେଶରେ ହୋଟେଲରେ କାମ କରିବା ପରେ ଚାକିରୀ ଛାଡି ଦେଇଥିଲେ । ଏହାପରେ ଭାରତକୁ ଫେରି ଅଭିନୟ ଜଗତରେ ନିଜ କ୍ୟାରିୟର ଆରମ୍ଭ କଲେ ।

ଆକ୍ଟି ଦୁନିଆରେ ପ୍ରବେଶ କଲା ପରେ ଅଲ୍ଲୀ ଅଜଗରଙ୍କୁ ଛୋଟ ଛୋଟ ରୋଲ ମିଳିବା ଆରମ୍ଭ ହୋଇଯାଇଥିଲା । ୧୯୮୭ରେ ଦୂରଦର୍ଶନରେ ‘ଏକ ଦୁଇ ତିନି’ ସିରିୟଲରୁ ଅଲ୍ଲୀ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏହା ପୂର୍ବରୁ ସେ ଅନେକ ସଂଘର୍ଷ କରିଥିଲେ ।

ଶେଷରେ ୨୦୦୦ ମସିହାରେ ଏକତା କପୂରଙ୍କ ସୋ’ କହାନୀ ଘର ଘର କୀ ଅଲ୍ଲୀଙ୍କ ଆକ୍ଟିଂ କ୍ୟାରିୟରରେ ମାଇଲଷ୍ଟୋନ ପକାଇଥିଲା । ଏହି ସୋ’ ରେ ଅଲ୍ଲୀ ‘କମଲ ଅଗ୍ରୱାଲ’ ରୋଲ ପ୍ଲେ କରିଥିଲେ । ଏହିି କ୍ୟାରେକ୍ଟର ଜରିଆରେ ସେ ଅନେକଙ୍କ ମନ ଜିିତି ପାରିଥିଲେ । କେବଳ ଟିଭି ଦୁିନଆରେ ନୁହେଁ ବରଂ ଅଲ୍ଲୀ ବଡ଼ ପରଦାରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ।

ଅନେକ ସିରିୟଲରେ ରୋଲ କରିବା ପରେ ସେ ସବ ଟିଭିରେ ‘ଏଫଆଇଆର’ କମେଡି ସିରିୟଲରେ ନଜର ଆସିଥିଲେ । ଶେଷରେ ୨୦୧୩ରେ ‘ଦ କମେଡି ନାଇଟ୍ସ ୱିଥ କପିଲ’ ସୋ’ ରେ କପିଲଙ୍କ ଆଈ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଆସିଲେ । ଅସଲ ଦୁନିଆରେ ଅଲ୍ଲୀ ଅଜଗର ବିବାହ କରିସାରିଛନ୍ତି । ଏହାସହ ତାଙ୍କର ୧ ପୁଅ ଓ ୧ ଝିଅ ଅଛନ୍ତି । ସୁଟିଂ ଶେଷ ପରେ ସେ ପ୍ରାୟ ସମୟ ନିଜ ପରିବାର ସହ ବିତାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.