Below header

ମରିବାର ୧୨୮ ବର୍ଷ ପରେ ପୋତାହେଲା ଶବ

ଚୋରର ଶେଷ ଦର୍ଶନ କରିବା ଲାଗି ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ ଜମୁଥିଲା ।

ଦୁନିଆରେ ଏମିତି ଅନେକ କିଛି ଘଟଣା ସାମ୍ନାକୁ ଆସିଛି ଯେତେବେଳେ ଲୋକଙ୍କର ମୃତ୍ୟୁ ପରେ ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର କରିବାକୁ କେହି ଆସିନଥାନ୍ତି । କିଛି ଏମିତି ହିଁ ଘଟିଥିଲା ଏହି ବ୍ୟକ୍ତିଙ୍କ ସହିତ । ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ମରିଥିବା ବ୍ୟକ୍ତିଟି ହେଉଛି ଏକ ଚୋର । ମରିବାବେଳେ ପରିବାର ସମ୍ପର୍କୀୟ କେହି ଆସିନଥିଲେ କିନ୍ତୁ ଏହି ଚୋରକୁ ଏବେ ଦେଖିବାକୁ ଲାଗୁଛି ଲୋକଙ୍କର ଲମ୍ବା ଭିଡ । ଆପଣ ଏବେ ଭାବୁଥିବେ ଏ ଚୋରଟାକୁ ଦେଖିବାକୁ ଏମିତି ଲାଇନ୍‌ କାହିଁକି ଲଗାଉଛନ୍ତି । ତାହେଲେ ଆସନ୍ତୁ ଜାଣିବର ପୂରା ଘଟଣା ।

ଏ ଘଟଣା ଦେଖିବାକ ମିଳିଛି ଆମେରିକାରେ । ଏଠାରେ ଏକ ଚୋରକୁ ମୃତ୍ୟୁର ୧୨୮ ବର୍ଷ ପରେ କବର ଦିଆଯାଇଛି । କାରଣ ଏହି ଚୋରର ଶେଷ ଦର୍ଶନ କରିବା ଲାଗି ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ ଜମୁଥିଲା । ଜଣେ ଆମେରିକୀୟ ପୋଲିସ ଅଧିକାରୀ କହିଛନ୍ତି ୧୮୯୫ ମସିହାରେ ଜେଲ୍‌ରେ ହିଁ ଏହି ଚୋରର ମୃତ୍ୟୁ ହୋଇଥିଲା । ଏହାପରେ ତାର ଶରୀରକୁ ମମି ଅବସ୍ଥାରେ ସଂରକ୍ଷିତ ରଖାଯାଇଥିଲା । ତେବେ ତାକୁ କବର ଦିଆଯିବାରେ ଏତେ ଡେରୀ କାହିଁକି କରାଗଲା ସେ ବିଷୟରେ ଜେଲ୍ ଅଧିକାରୀ ଯାହା କହିଛନ୍ତିି ତାହା ଜାଣି ନିଅନ୍ତୁ ।

ମିଳିଥିବା ସୂଚନା ଅନୁସାରେ ଷ୍ଟୋନମ୍ୟାନ ବିଲି ନାମକ ଏହି ଚୋର ଉନବିଂଶ ଶତାବ୍ଦୀରେ ଆମେରିକାର ବହୁ ସହରରେ ପୋଲିସକୁ ନାକେଦମ କରି ରଖିଥିଲା । ଏହାକୁ ବହୁ କଷ୍ଟରେ ପୋଲିସ ଗିରଫ କରିବାରେ ସମର୍ଥ ହୋଇଥିଲା । ୧୮୯୫ ମସିହାରେ ଜେଲ୍‌ରେ ଏହି ଚୋରର ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାହାର ଅନ୍ତିମ ସଂସ୍କାର ଲାଗି ତାକୁ ଥିଓ ସି ଔମନ ସଂସ୍କାର ଗୃହକୁ ନିଆଯାଇଥିଲା । ଏହି ସମୟରେ ତାର ଶବ ଉପରେ କେହି ଦାବିଦାର ନ ଥିଲେ । ଏହାପରେ ତାର ଶରୀରକୁ ମମିକୃତ କରି ଦିଆଯାଇଥିଲା ।

ପୋଲିସ ସୂଚନା ଅନୁସାରେ ଏହି ଚୋରକୁ ପକେଟମାର ଅଭିଯୋଗରେ ଗିରଫ କରାଯାଇଥିଲା । ମୃତ୍ୟୁ ପରେ ତାର ଶରୀରକୁ ରିଡିଂ ସହରରେ ୧୨୮ ବର୍ଷ ପର୍ଯ୍ୟନ୍ତ ମମି ଭାବରେ ରଖାଯାଇଥିଲା । କିନ୍ତୁ କବର ଦିଆଯିବା ପୂର୍ବରୁ ମମିକୃତ ଏହି ଚୋରକୁ ସର୍ବସାଧାରଣଙ୍କ ଦର୍ଶନ ଲାଗି ରଖାଯାଇଥିଲା । ଏହି ଖବର ପ୍ରସାର ହେବା ମାତ୍ରେ ବହୁ ସଂଖ୍ୟାରେ ଲୋକମାନେ ତାକୁ ଦେଖିବାକୁ ଭିଡ ଜମାଇବା ସହ ଶ୍ରଦ୍ଧାଞ୍ଜଳି ବି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.