ମାଆ କାନ୍ଦି କାନ୍ଦି ଆଖିରୁ ଶୁଖୁନି ଲୁହ, ଝିଅ ଗାଧୋଇବାକୁ ଯାଇ ଭାଷିଯାଇଛି

ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିବା ଦୁଇ ନାବାଳିକା ଭାସି ଗଲେ ପାଣି ସୁଅରେ ।

କେନ୍ଦ୍ରାପଡା (କେନ୍ୟୁଜ) : ମାଆ କାନ୍ଦି କାନ୍ଦି ଆଖିରୁ ଶୁଖୁନି ଲୁହ । ଝିଅ ଗାଧୋଇବାକୁ ଯାଇ ଭାଷିଯାଇଛି । ନଦୀରେ ପାଣି ସୁଅରେ ଭାସିଗଲା ଝିଅ । ପୂରା ନଦୀକୁ ଘାଣ୍ଟି ସାରିଲେଣି ପଛେ ମିଳୁନି ଝିଅର ପତ୍ତା । ଭଉଣୀକୁ ଭାଷି ଯାଉଥିବାର ଦେଖି ବଞ୍ଚାଇବାକୁ ପଳାଇଲେ ଆଉ ଜଣେ ଭଉଣୀ । ସେ ବି ଭାସିଗଲେ ପାଣି ସୁଅରେ । ସୂଚନା ମୁତାବକ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁରାମ ପାଟନାରେ ଘଟିଯାଇଛି ଏମିତି ଏକ ଅଭାବନୀୟ ଘଟଣା । ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିବା ଦୁଇ ନାବାଳିକା ଭାସି ଗଲେ ପାଣି ସୁଅରେ ।

ବାବୁରାମ ପାଟନାର ବାବାଜୀ ସାହୁ ଓ ସନ୍ତୋଷ ସାହୁ ଙ୍କ ୧୦ ବର୍ଷର ଦୁଇଝିଆ ଗାଧୋଇବାକୁ ବାରି ପଟ ଗୋବରୀ ନଦୀକୁ ଯାଇଥିଲେ । ଗାଧୋଇବା ବେଳେ ବାବାଜୀ ସାହୁଙ୍କ ଝିଅ ନଦୀ ସୁଅରେ ଭାସିଯାଇଥିଲା । ଯାହାପରେ ତାକୁ ବଞ୍ଚାଇବାକୁ ଯାଇ ସନ୍ତୋଷ ସାହୁ ଙ୍କ ଝିଅ ପାଣିକୁ ପଶି ଯାଇଥିଲେ । ପରେ ଦୁଇ ଜଣ ଯାକ ବୁଡିଗଲେ । ୭୦୦ ମିଟର ପର୍ଯ୍ୟନ୍ତ ଭାସିଯିବା ପରେ କାଳନ୍ଦୀ ମଲିକ ନାମକ ଜଣେ ସ୍ଥାନୀୟ ବାସିନ୍ଦା ସନ୍ତୋଷ ସାହୁଙ୍କ ଝିଅକୁ ଜୀବିତ ଉଦ୍ଧାର ହୋଇଥିବା ବେଳେ ଏବେ ବି ବାବାଜୀ ସାହୁ ଙ୍କ ଝିଅ ନିଖୋଜ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.