ବୁଡ଼ିଲା ଦୁବାଇ: ପ୍ରବଳ ବର୍ଷା, ଝଡ଼ ତୋଫାନରେ ଜନଜୀବନ ବେହାଲ୍‌

ସଂଯୁକ୍ତ ଆରବ ଏମିରେଟ୍ସର କିଛି ଅଞ୍ଚଳରେ ଶନିବାର ସକାଳେ ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁ ଜନଜୀବନ ବେହାଲ୍‌ ହୋଇଛି। ବିଶେଷକରି ଦୁବାଇ ରାସ୍ତାରେ ଜଳ ନିଷ୍କାସନ ସମସ୍ୟା ଉପୁଜିଛି। ରାସ୍ତାର ଅନେକ ଫୁଟ ଉଚ୍ଚରେ ପାଣିର ସୁଅ ଚାଲିଛି, ଯାହାଫଳରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି।

ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଗ ଆହୁରି ଖରାପ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସମୁଦ୍ର ତଟରୁ ଦୂରେଇ ରହିବା ଏବଂ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଖରାପ ପାଣିପାଗର ପ୍ରଭାବ ମଧ୍ୟ ବିମାନ ସଞ୍ଚାଳନକୁ ପ୍ରଭାବିତ କରିଛି।

ପ୍ରବଳ ବର୍ଷା ପରେ ପରିସ୍ଥିତି ବେହାଲ ହୋଇପଡ଼ିବାରୁ ଦୁବାଇ ପୋଲିସ ସକାଳ ସାଢ଼େ ୬ଟାରେ ଲୋକଙ୍କୁ ସତର୍କ ସୂଚନା ଜାରି କରିଥିଲା। ଲୋକଙ୍କୁ ସମୁଦ୍ର ତଟ ଏବଂ ବନ୍ୟା ଆଶଙ୍କା ଥିବା ଅଞ୍ଚଳରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଡ୍ରାଇଭରମାନଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ପରିସ୍ଥିତିକୁ ନଜରରେ ରଖି ୟୁଏଇର ଜାତୀୟ ପାଣିପାଗ କେନ୍ଦ୍ର ଦ୍ୱାରା ହଳଦିଆ ଏବଂ କମଳା ରଙ୍ଗର ଆଲର୍ଟ ମଧ୍ୟ ଜାରି କରାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.