Below header

ନିର୍ବାଚନୀ ପ୍ରଚାର ବେଳେ ହଠାତ୍‌ ବେହୋଶ୍‌ ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ କେ. କବିତା

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ନେତ୍ରୀ କେ. କବିତା ଶନିବାର ତେଲେଙ୍ଗାନାର ଇତିକିଆଲରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ହଠାତ୍‌ ବେହୋଶ୍‌ ହୋଇପଡ଼ିଥିଲେ। ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ପୂର୍ବରୁ ସେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ।

ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)ର ନେତ୍ରୀ କେ. କବିତା ଶନିବାର ତେଲେଙ୍ଗାନାର ଇତିକିଆଲରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ହଠାତ୍‌ ବେହୋଶ୍‌ ହୋଇପଡ଼ିଥିଲେ। ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ପୂର୍ବରୁ ସେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା ଏକ ଖୋଲା ଗାଡିରୁ ମାଇକ୍ରୋଫୋନ୍ ମାଧ୍ୟମରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଲୋକମାନଙ୍କୁ ସମ୍ବୋଧିତ କରି ବୁଲିଯିବା ମାତ୍ରେ ସେ ସେହିଠାରେ ହିଁ ପଡ଼ିଯାଇଥିଲେ। ଏହି ଘଟଣା ସମ୍ପର୍କରେ କବିତାଙ୍କ ଟିମ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଡିହାଇଡ୍ରେସନ୍ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। କିଛି ସମୟ ପରେ ଅଭିଯାନ ପୁଣିଥରେ ଆରମ୍ଭ ହୋଇଥିଲା।

ଘଟଣାର କିଛି ସମୟ ପରେ କେ. କବିତା ମଧ୍ୟ ଏକ ଭିଡିଓ ଜାରି କରିଥିଲେ, ଯେଉଁଥିରେ ସେ ଏକ ଘର ଭିତରେ ବିଛଣା ଉପରେ ବସିଥିବାର ନଜର ଆସୁଛନ୍ତି। ଭିଡିଓରେ ସେ ଏକ ଛୋଟ ଝିଅ ସହିତ କଥା ହେଉଛନ୍ତି। ଭିଡିଓ ପୋଷ୍ଟ କରି କବିତା ସୋସିଆଲ ମିଡିଆରେ କ୍ୟାପସନ ଲେଖିଛନ୍ତି, ‘ମୁଁ ବିଲ୍‌କୁଲ ଠିକ୍‌ ଅଛି। ଏହି ସୁନ୍ଦର ଝିଅ ସହିତ ଭେଟ ହେଲା। ତା’ ସହିତ ସମୟ ବିତାଇବା ପରେ ମୁଁ ଅଳ୍ପ ଅଧିକ ଶକ୍ତିବାନ୍‌ ଅନୁଭବ କରୁଛି। ବହୁତ ଜଲ୍‌ଦି କେସିଆର୍‌ ଅଭିଯାନ ପୁଣିଥରେ ଆରମ୍ଭ ହେବ’।

ସୂଚନାଯୋଗ୍ୟ, ୧୧୯ଟି ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ରେ ଭୋଟ୍ ଗ୍ରହଣ ହେବ ଏବଂ ଡିସେମ୍ବର ୩ରେ ଭୋଟ୍ ଗଣତି କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.